Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ନାରାୟଣ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨
ଦୂରଭାଷ - ୭୯୭୮୧୯୨୨୨୭

କାତ କାତରେ ଜୋର ଏ ଭବ ପାରାବାର
ବୁକେ ଚାଳଇ ନିଷ୍କିଞ୍ଚନ
ନିବେଶି ଚିତ୍ତେ ଶ୍ରୀଚରଣ
ବହି ବହିତ୍ର ମୋର ହେଲା କି ଖରତର
ଚକ୍ରବାତେ କି ଆବର୍ତ୍ତନ ହେ ,
ନାରାୟଣ
ବିଷ ବିଷୟେ ମୁଁ ଅଜ୍ଞାନ
ପ୍ରାୟ ପ୍ରାୟଶ୍ଚିତ୍ତେ ଅମନ
ଅବା ଅବାଧେ ସାର ହୋଇବ କୃପା ନୀର
ସୁଲଭ ମୋତେ କଦାଚନ ।।

କରୀ କରିଛ ପାର ମଙ୍ଗ ବହନ ଧର
ନତୁବା ଯିବ ଏହି କ୍ଷଣ
ପ୍ରାଣ, ପ୍ରାଣଦ ମୋର ଶୀଥିଳ ଭୟାତୁର
ବିନୀତେ କର ଉଦ୍ଧାରଣ ହେ ,
ଆର୍ତ୍ତତ୍ରାଣ
ଅଘ ଅଘଟଣ ସମାନ
ଦହ ଦହଗଞ୍ଜ ଦାରୁଣ
ତାପ, ତା'ପରେ ଘର ଉଜାଡି ମାୟାଧର
ହସ୍ତ କରିବ ପ୍ରସାରଣ ।।

ମାନ ମାନବ ଘୋର ଅଧମ ଦୁରାଚାର
ଅରାତି କବଳେ ଅଧୀନ
ଉଚ୍ଚା ଉଚ୍ଚାରେ ଗିର କିବା ହେଲ ବଧିର
ଶୁଭେ କି ସହସ୍ର ଯୋଜନ ହେ ,
ବିଶ୍ବପ୍ରାଣ
ଅଜ ଅଜଣା ଭୟମାନ
ହର ହରଷ ହେବ ଦୀନ
ବିଭୁ ବିଭୁତି ସାର ଥିବ କେତେ ବା ଦୂର
କି ହେବ ମଲେ ଅକାରଣ ।।

ନର ନରକପୁର ଲଭନ୍ତେ ଥରହର
ଆପଦେ କଲେ ସୁମରଣ
ପାଞ୍ଚ ପାଞ୍ଚକୁ ତା'ର କରିଣ ଏକାକାର
ଶ୍ରୀପଦେ ଦେଇଛ ଶରଣ ହେ ,
ଭଗବାନ
କର କରଞ୍ଚେ ନିସ୍ତାରଣ
ଶମ ଶମନାଳୟେ ଦାନ
ପ୍ରଭା ପ୍ରଭାବ ଖର ବରଷି ଚକ୍ରଧର
ଚିତ୍ତ ମୋର କର ପ୍ରସନ୍ନ ।।

Post a Comment

0 Comments