Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜହ୍ନି

ଉଷାରାଣୀ ପଣ୍ଡା, ଆନ୍ଧ୍ରପ୍ରଦେଶ

ଟୁପୁରୁ ଟୁପୁରୁ ବରଷା ସମୟେ
ଜହ୍ନିମଞ୍ଜି ଟିଏ ଆଣି,,
ଆମ ବାରି ପଟେ ମାଟି ଟିକୁ ତାଡି
ପୋତିଲି ଯତନେ ଜାଣି ।
ଚାରିପଟେ ତାର ଘାସ ବାଛି ଦେଇ
ବେଢିଲି ବାଉଁଶ ରଞ୍ଜା,
ଦେଖିଲି ଯାଇ ମୁଁ କିଛିଦିନ ପରେ
ମଞ୍ଜିରୁ ହୋଇଛି ଗଜା,।।।
ଅଳପ ଦିନର ବ୍ୟବଧାନ ପରେ
ଗଜା ଦିଫାଳ ହୋଇଛି ଜାଣ,
ସେଇ ଦିଫାଳିଆ ଦେଖା ଯାଉଅଛି
ଯେସନକେ ଦୁଇ କାନ ।।
କଥା ବିଶେଷରେ ଶୁଣିଛି ପ୍ରବାଦେ
କବିତା ବନିତା ଲତା ,
ଆଶ୍ରୟ ନଦେଲେ ଯିବେ ଏଣେ ତେଣେ
ତେଣୁ,,,,,, କରିଲି ସୁରକ୍ଷା ଯଥା [ରେ ଗଣିତା ]
କୃତ୍ରିମ ସାର ମୁଁ କିଛି ମୁଁ ଦେଇନି
ଦେଲି ଗାଈ ଗୋବରର ଖତ,,
ବେଳୁ ବେଳୁ ଲତା ମାଡି ଚାଲିଗଲା
ବାଡକୁ କରି ଆକ୍ରାନ୍ତ।।
ବରଷା ସରିଲା ଶରତ ଆସିଲା
ଜହ୍ନିଫୁଲ କଷିରେ ବିସ୍ତୃତି ହେଲା,
ସୁନାଭଳି ରଙ୍ଗ ଫୁଲ ଝକମକେ
ମନକୁ ମୋହିତ କଲା ।
ଆଶ୍ବିନ ମାସରେ କୁଆଁରୀ ମାନେ ଯେ
ଫୁଲକୁ ପୂଜିଲେ ନିତି ,
ବୃନ୍ଦାବତୀ ପାଶେ ମନୋବାଞ୍ଝା ଆଶେ
ସମର୍ପି କଲେ ପ୍ରଣତି ।।
ମୋ ନିଜ ସ୍ବାର୍ଥ ଆଶେ ପୋତିଥିଲି ତାକୁ [ରୋପି]
ଖାଲି ଦେଇଥିଲି ଟିକେ ଆଶ୍ରୟ,
ଛୋଟ ଉପକାର ଶୁଝିଲା ମୋହର
ପାଳିଲା ତାର କର୍ତ୍ତବ୍ୟ ।।
ଲତାଭଳି ଥାଆନ୍ତା କି ମୋତେ ସତେ
ଉପକାରୀତାର ବୁଦ୍ଧି,
ସମାଜ ମଙ୍ଗଳ କାମନା ଅର୍ଥରେ
ଜୀବନ ସମର୍ପି ଥାନ୍ତି ।।।।
ସଂସାର କଲ୍ୟାଣେ ଉଭିଦ ଜନମ
ସଦା ସଂସାର ମଙ୍ଗଳକାରୀ,
ଦୁର୍ଲ୍ଲଭ ମାନବ ଜନମ ପାଇଛି
ହେଲେ ମୁଁ ହେଇନି ତା ସମସରି ।।

Post a Comment

0 Comments