"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କାଦମ୍ବିନୀ

କାଦମ୍ବିନୀ

ଉଷାରାଣୀ ପଣ୍ଡା, ଆନ୍ଧ୍ରପ୍ରଦେଶ

କଥାର ଆଳେ ମୁଁ କହି ଦେଲି ବୋଲି
କରିଛ କି ସାଥି ଗୁମାନ,
କିଛି କହିଲନି ଅଭିମାନିନୀ ମୋ
କିମ୍ପାଇ ଗୋ ଏତେ ମାନ ॥
କ୍ଳାନ୍ତ ମନ ଆଜି ଝୁରେ ଅହରହ
କୁତୁହଳ ତୁମ ବାଣୀ,
କଳକଣ୍ଠେ ତୁମ ମଧୁବୋଳା ଭାଷା
କିଞ୍ଚିତେ ଦିଅ ବଖାଣି ॥
କାଇଲା ମନ ମୋ କାଉଳା ବାଉଳା
କଳମତ୍ତେ ହୃଦ ଥରୁଛି,
କାମଦ କାମନା କର ଫଳପ୍ରଦ
କାମଶର କାମେ ଘାରୁଛି ॥
କାନ୍ତିପ୍ରଦ ତନୁ ପରଶ ଗୋ ସାଥୀ
କଷାୟିତ କର ସୁହାଗିନୀ,
କଳଷଠି ଯାଏଁ ପ୍ରତୀକ୍ଷାରେ ଥିବି
କାକୁସ୍ତକୁ ମାନ ମାନିନୀ ॥
କମଳ ନୟନା କର ଗୋ କରୁଣା
କାମନା ମୋ ପୂର୍ଣ୍ଣ କର,
କାମଶର ସଖି କିଞ୍ଚିତରେ ଯୋଖି
କାଦମ୍ବିନୀ ବାରଣ ନକର ॥

0 Comments