Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଚିଠିଟିଏ ପ୍ରିୟା ତୁମପାଇଁ

ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

ଚିଠିଟିଏ ପ୍ରିୟା ତୁମ ପାଇଁ
ହୃଦୟର ଏ ଲାଲ ରକତେ
ଲେଖିଛି ଗୋ ଚିରି ଦେବ ନାହିଁ....

ପ୍ରଥମ ପ୍ରୀତିର ପ୍ରଥମ ଏ ଚିଠି
ଲେଖୁଛି ଅଳପ ଭାବୁଛି ବେଶି
ଭୁଲିବ ନି ପ୍ରିୟା ଭୁଲିବ ନି
ଥରୁଟିଏ ପଢି ଦେବ ଗୋ ଉତ୍ତର
ବେଶି କିଛି ଆଉ ଲୋଡ଼ା ନାହିଁ
ଚିଠିଟିଏ ପ୍ରିୟା ତୁମ ପାଇଁ....

ଦୁନିଆ କୁ ମୋର ତିଳେ ନାହିଁ ଡର
ଏକା ଲଢ଼ି ଯିବି ତୁମପାଇଁ
ତୁମ ହାତ ଧରି ଚାଲୁଥିବି ପଥ
ଥକିବାର ପ୍ରିୟା ପ୍ରଶ୍ନ ନାହିଁ
ଚିଠିଟିଏ ପ୍ରିୟା ତୁମ ପାଇଁ....

ଯେତେ ଆସୁ ବାଧା ହାରିବି ନି ପ୍ରିୟା
ମୃତ୍ୟୁ କୁ ବି ମୋର ଭୟ ନାହିଁ
ତୁମ ହାତ ଯଦି ଥାଏ ମୋ ହାତରେ
ଜୀବ ଥିବାଯାଏଁ ଛାଡ଼ିବିନି
ଚିଠିଟିଏ ପ୍ରିୟା ତୁମ ପାଇଁ....

ଇଚ୍ଛା କଲେ ତୁମେ ଆଣିଦେବି ପ୍ରିୟା
ସ୍ୱର୍ଗ ପାରିଜାତ ଆକାଶର ଶଶୀ
ପ୍ରୀତି ମୂର୍ଚ୍ଛନାରେ ଗାଉଥିବି ଗୀତ
ବିତି ଯିବ ପ୍ରିୟା ଏଇ ଦିବାରାତି
ଚିଠିଟିଏ ପ୍ରିୟା ତୁମ ପାଇଁ.....

Post a Comment

0 Comments