Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହଁ ତୁମେ ଆସ

ବିକେଶ ସାହୁ
ଭୂଷଲାଡ଼,ସିନ୍ଧେକେଲା,ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭

ହଁ, ତୁମେ ଆସ
ପ୍ରତି ରଜନୀର
ପ୍ରତିଟି ସ୍ୱପ୍ନରେ
ରାଣୀ ସାଜି
ମୋ ସ୍ୱପ୍ନ ରାଇଜର ।
ତା ସାଥିରେ ନେଇ ଆସ
ଭୁରି ଭୁରି ସୁଗନ୍ଧ
ମହ ମହ ମହାକିନତା
ଗୋଲାପର କୋମଳ ପରସ
ଯାହା ମୋତେ କରେ ବ୍ୟତିବ୍ୟସ୍ତ ।
କେତେ ଯେ କଲବଳ କର
ଛଳନା ଛୁରୀରେ
ଟିକ ଟିକ କରି ହୃଦୟ କୁ ହାଣି
ହୃଦୟରେ ଦେଇଯାଅ
ଅସହ୍ୟ କୋହ ଆଉ ତାତି ।
ଚୁପି ଚୁପି କେତେ ଯେ
କହି ଯାଅ ପ୍ରିୟା
ଆମ ସେଇ ଅଭୁଲା ଅତୀତର
ସବୁତକ ସ୍ମୃତି ।
ଆଉ ଚାଲିଯାଅ ସକାଲରେ
ଯନ୍ତ୍ରଣା ଜୁଇଁରେ ଜାଳି
ହଁ ,ତୁମେ ଆସ
ମୋ ସ୍ୱପ୍ନ ରାଇଜର
ରାଣୀ ସାଜି
ହଁ, ତୁମେ ଆସ
ହଁ, ତୁମେ ଆସ ।।

Post a Comment

0 Comments