Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ପ୍ରତିଜ୍ଞା

ମୀର ମୁସ୍ତାକିମ ଅଲ୍ଲୀ
କୋରାପୁଟ, ଦୂରଭାଷ- ୯୪୩୯୯୨୭୭୧୧

କନକ କିରଣ କହେ,
ପ୍ରଭାତୀ ସବିତାର ବାର୍ତ୍ତା
ଦେଖିପାରିବିନି ହୁତହୁତ ବିଶ୍ଵର ବହ୍ନି
କି ହେବ ଭବିଷ୍ୟତେ ॥
ପୋଲ ପୋଲ ହିଂସା, ଲୁଣ୍ଠନ,
କ୍ରୋଧ, ନରସଂହାର,
ନିତ୍ୟ ଲାଗିରହିଛି ଉଦ୍ଧାମଲୀଳା,
ଦୃଷ୍ଟି ଫେରିଲେ ଯେଉଁଠି
ରକ୍ତାକ୍ତ ଆତଙ୍କ ବିତା ବିତା ॥
କିଏ ଖୋଜେ ମଣିଷର ଦରଦ
କିଏ ଖୋଜେ ଗୋଳା ବାରୁଦ ॥
ଛୁଟୁଛି ନାଲି ରଙ୍ଗର ସୁଅ
ନୟନରୁ ପଡୁଛି ଝରି ଅଜସ୍ର ବାରିଧାରା
ଭଲ ଲାଗୁଛିକି
ଜୀବନ ସହ ଖେଳ ଖେଳିବା
ରକ୍ତର ବାତ୍ୟା ତାକୁ ଦେଖିବା ।
ଦରଦୀ ମଣିଷର ଦରଦ ନାହିଁ
ହାତରେ ବନ୍ଧୁକ କଲମ ନାହିଁ ॥
ଆଜି ଦେଖୁଛୁ ରକ୍ତ ବନ୍ଧୁକ ମୁନରେ
କିଏ ସେ ଆତତାୟୀ ପ୍ରଖର ଗତିରେ
କରି ଚାଲିଛି ବାତ୍ୟା ମଣିଷ ଜୀବନରେ ।
ଦ୍ରୌପଦୀ ଯେ କରିଥିଲା ଶପଥ
କୌରବ ଶୋଣିତେ ପଖାଳିବ କେଶ,
କରିବା ପ୍ରତିଜ୍ଞା
ଦ୍ରୌପଦୀ ସହ ତାଳ ମିଳାଇ
ଆତଙ୍କକୁ ଯେ ପର୍ଯ୍ୟନ୍ତ
ନଦେବା ନିଭେଇ
ତାଙ୍କ ରକ୍ତରେ ନ ଯିବା ଗାଧୋଇ
ବସିବା ନାହିଁ ଅଲଗା ହୋଇ ॥

Post a Comment

0 Comments