Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୁଁ ତ ଦୀପଶିଖାଟିଏ

ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

ମୁଁ ତ କ୍ଷଣଦୀପ୍ତ ଦୀପଶିଖାଟେ
ମିଞ୍ଜି ମିଞ୍ଜି ହୋଇ ଜଳୁଛି
କ୍ଷୁଦ୍ରଏକ ମାଟି ପାତ୍ରରେ
ତାରି ସାଥିରେ ପୁଣି କାଣିଚାଏ ତେଲ
ତାରି ଉପରେ ପୁଣି ସାଳିତା ଟିଏ
ଦପ ଦପ ହୋଇ ଜଳୁଛି ନିର୍ବିକାର ଭାବରେ..
ମେଞ୍ଚା ମେଞ୍ଚା ଘଞ୍ଚ ଅନ୍ଧକାର ଭିତରେ
ନିର୍ଭୟରେ ମୁଁ ଲଢିଚାଲିଛି
ଅଳ୍ପ ଦିନର ଏଇ ଆୟୁ ଭିତରେ
ଜଳି ଜଳି ଲଢ଼ି ଚାଲିଛି ପ୍ରାଣ ଥିବାଯାଏ
ହାରିବାର ପ୍ରଶ୍ନ ନାହିଁ
ଯେତେ ଝାଡ଼ଝଞ୍ଜା ଆସୁ ଏଇ ମୋ ଜୀବନେ...
କ୍ଷୁଦ୍ର ଏଇ ମୋ ଜୀବନେ
ଜଳୁଥିବି ଅନ୍ୟପାଇଁ
ଲଢ଼ି ଲଢ଼ି ଅନ୍ଧାର ସାଥିରେ
ଦେଉଥିବି ଆଲୋକ ର ରଶ୍ମି ଏଇ ସମାଜକୁ
ନିଜେ ଅନ୍ଧାର ଭିତରେ ଜିଇଁ
ପର ପାଇଁ ସାଜିବି ସାହାରା ଟିଏ
ପର ପାଇଁ ଦିନେ ଲିଭିଜିବି
ସେଇ ଘନ ଅନ୍ଧାର ଭିତରେ......
ନା ଥିବ ମୃତ୍ୟୁର ଅବଶୋଷ ମୋତେ
ନା ବଞ୍ଚିବାର ଖୁସି
ପର ପାଇଁ ତ ମୁଁ ଗଢ଼ା
ପର ପାଇଁ ଦିନେ ଯିବି ମରି
ରହିଯିବ ଶେଷ କୁ ସେଇ
ମାଟିପତ୍ର ଓ ଅଦ୍ଧଦଗ୍ଧ ସାଳିତା
ଯାହାର ତ କିଛି ମୂଲ୍ୟ ନାହିଁ
ବଞ୍ଚିଥିବି କେତେ ଗୁଡିଏ ହୃଦୟ ଭିତରେ
କରିଥିବା କର୍ମ ପାଇଁ
ଭିନ୍ନ ଏକ ରୂପରେ
ଯୁଗ ଯୁଗ ପାଇଁ .........…...

Post a Comment

0 Comments