Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଯନ୍ତ୍ରଣା - ଧ୍ରୁବ ଚରଣ ବେହେରା

ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ଗୋଲାପି ଉଠରେ ଫଗୁଣର ଝଡ
ଦେହେ ମନ୍ଦାକିନୀ ଶୋଭା
ପରୀ ରାଇଜର ଅଳସୀ ନାୟିକା
ଚାନ୍ଦର ଚାନ୍ଦିନୀ ଆଭା ।।
ହସି ଦେଲ ତୁମେ ମଧୂ ଝରି ପଡେ
ପ୍ରୀତିର ମହକ ବାସେ
ରାଗିଗଲେ ଲାଗେ ଶୀତଳ ଝରଣା
ବହୁଛି ବହୁ ସରାଗେ ।।
ମଥାର ଟିକିଲି ସଜେଇ ଦେଇଛି
ଲାଗୁଛ ହେମ ହରଣୀ
ଚାହାଣିରେ ତୁମ ଭରିଛି କୁହୁକ
ଲାଗୁଛ ଫୁଲେଇ ରାଣୀ ।।
ବିହର ମନର ମାନସୀ ଗୋ ତୁମେ
ପ୍ରୀତି ଛନ୍ଦା ରୂପରାଣୀ
ଯୌବନ ନଈର ଉଛୁଳା ଶେଯରେ
ତୁମେତ ତରଙ୍ଗ ମଣି ।।
ଭାବୁଅଛି ବସି ହୃଦୟ କାନନେ
ତୁମ କଥା ମନେ ଭାଳି
ବିଛେଦ ଯନ୍ତ୍ରଣା କରୁଅଛି ବଣା
ନିଜକୁ ଦେଉଛି ଜାଳି ।।

Post a Comment

0 Comments