Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଓଡିଶା ସୁନ୍ଦରୀ - ଧ୍ରୁବ ଚରଣ ବେହେରା

ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ଓଡିଶା ସୁନ୍ଦରୀ ଚାରୂକଳା ପରୀ
ଧନ ଧାନେ ପରିପୂର୍ଣ୍ଣ
କୋଣାର୍କର ଶୋଭା ଅତି ମନଲୋଭା
ଚନ୍ଦ୍ରଭାଗା ତୋର ମନ।।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା
ପ୍ରକୃତିର ଅଟେ ଦାନ
ରୂପ ସୌନ୍ଦର୍ଯ୍ୟର ଗନ୍ତାଘର ତୁହି
ବିଶ୍ବରେ ଅଟୁ ମହାନ ।।
ବୃଦ୍ଧଙ୍କର ସ୍ଥୁପ ଧଉଳି ଗିରିରେ
ହାତୀ ଗୁମ୍ଫା ରାଣୀ ଗୁମ୍ଫା
ପ୍ରଭୁ ଲିଙ୍ଗରାଜ ଭୁବନେଶ୍ବର ରେ
ରାଜରାଣୀ ଦେବୀ ଅମ୍ବା ।।
ଜୟ ଜଗନ୍ନାଥ ନୀଳାଚଳ ବିଜେ
ଜଗତ ଜନର ବନ୍ଧୁ
ଦୁଃଖୀ ଦରିଦ୍ରଙ୍କ ଦୁଃଖ ର ପସରା
ଭାବଗ୍ରାହୀ କୃପା ସିନ୍ଧୁ ।।
ପ୍ରାଣୀଙ୍କ ଉଦ୍ୟାନ ନନ୍ଦନକାନନ
ମହେଶଙ୍କ ତପୋବନ
ଅଛି ରତ୍ନଗିରି ବଡ ଦେଓମାଳୀ
ଗୁପ୍ତେଶ୍ଵର ବିଜେ ବନ ।।
ହିରାକୁଦ ବନ୍ଧ ବାଲେଶ୍ବର ଘାଟି
ବହୁଅଛି ମହାନଦୀ
ଡୁଡୁମା ପ୍ରପାତ ରେଙ୍ଗାଲି ଯୋଜନା
କାଠଯୋଡ଼ି ବହୁଅଛି ।।
ଖାରବେଳ ରାଜା କରେ ପାଦ ପୂଜା
ଦୟାନଦୀ ଚରଣରେ
ଚଣ୍ଡାଳ ଅଶୋକ ତେଜିଲେ ଅସ୍ତ୍ରକୁ
କାରୁବାକିଙ୍କ ପୟରେ ।।
ଦିଶେ ଗୋପାଳପୁର ବଙ୍ଗୋପସାଗର
କଟକର ବାରବାଟୀ
ଯୁଗେ ଯୁଗେ ସେତ ଚିରସ୍ମରଣିୟା
ମୋ ଓଡ଼ିଶାର ମାଟି ।।

Post a Comment

0 Comments