Information

ଦୁର୍ଗତିନାଶିନୀ

ଶରତ ଚନ୍ଦ୍ର ଜାଲି, ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
କୋଦଳା, ଗଞ୍ଜାମ, ଦୂରଭାଷ: ୭୮୭୩୯୧୭୬୫୧

ଜୟ ମା ଦୁର୍ଗତିନାଶିନୀ
ତୁ ପରା ଜଗତଜନନୀ ॥
ଆମେ ସନ୍ତାନ ଅଟୁ ତୋର
ତୋ ରୂପ ଲାଗେ ଭୟଙ୍କର ॥
ସିଂହ ଉପରେ ବିଜେ କରି
ଖଣ୍ଡା ଖର୍ପର କରେ ଧରି ॥
ଆସ ମା ଏ ଧାରାଧାମକୁ
ପବିତ୍ର କର ଏ ମହୀକୁ ॥
ଖଳଦୃଷ୍ଟକୁ କର ନାଶ
ହାତରେ ଧରି କାଳଫାଶ ॥
ଶ୍ରୀରାମ ତତେ ପୂଜା କରି
ଯୁଦ୍ଧେ ରାବଣ ଥିଲେ ମାରି ॥
ମହିଷାସୁରକୁ ବିନାଶି
ଲାଘବ କଲୁ ଦୁଃଖରାଶି ॥
ମୋ ଦୁଃଖ ବୁଝିବୁଲୋ ମାଆ
ଦ୍ଦୁଃଖି ମୁଁ କେ ନାହିଁ ମୋ'ସାହା ॥
ଭରସା କରିଛିଲୋ ତତେ
ନାରାଶା କରିବୁନି ମତେ ॥
ରଖିବୁ ପଣତ ଘୋଡେଇ
ଏତିକି ପ୍ରାର୍ଥନା କରଇ ॥

Post a Comment