ବନ୍ଧୁର ସ୍ମୃତି

ବନ୍ଧୁର ସ୍ମୃତି

ଦିବ୍ୟ ରଞ୍ଜନ ଜେନା
ସାରଙ୍ଗପୁର, ଯାଜପୁର

ଭୁଲିବନି ସାଥୀ ମନର ଅତିଥି
ଭୁଲନି ଅତୀତ କଥା
ସମୟ ଯାଉଛି ଯୁଗ ବଦଳୁଛି
ସେପରି ଥିବ ଏ ଗାଥା ॥

ରଖିଛି ଘୋଡାଇ ନକରି ଆଡାଇ
ଆମର ଏଇ ସ୍ମୁରୁତି
ଅତୀତେ ଯେ ଯାଉ ଭବିଷ୍ୟତ ହେଉ
କରିବିନି କେବେ ଇତି ॥

ଗ୍ରାମେ ଯେ ଥିଲ ବିଦେଶେ ଯେ ଗଲ
ଭୁଲିଗଲ ଏ ବନ୍ଧୁକୁ
ଭାଙ୍ଗିଲ ଏ ମନ ମାରିକି ଜୀବନ
ନେଇଗଲ ମଶାଣୀକୁ ॥

ବଞ୍ଚିବାର ନିଶା ରଖନାହିଁ ଆଶା
ମନରେ ଥିଲେ ଭୟ
ଖୋଲା ଏ ଗଗନେ ଶୀତଳ ପବନେ
ମନକୁ କର ନିର୍ଭୟ ॥

ପ୍ରତିୟେ ବରଷ ନକରି ଅଳସ
ଦେଖାହେବା ତୁମେ ଆମେ
ସେହି ଦିବସରେ ପାଳନ ହେବରେ
ଆମରି ଦୁହିଁଙ୍କ ପ୍ରେମେ ॥

0 Comments