Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅସଲି ଘିଅରେ ଚାରି ତରକାରୀ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

ବଡଦେଉଳର ଦୀପରେ ତ ଆଉ
ଜଳିବନି ଅନ୍ୟ ଘିଅ
ଓମଫେଡ କମ୍ପାନୀ ମହଣ ମହଣ
ଦବ ଖାଣ୍ଟି ଗୁଆଘିଅ
ପୂର୍ବକଥା ଭୁଲି ଯାଅ
ଭେଜାଲ ଡାଲଡା ଛୁଙ୍କମରା ଡାଲି
ସ୍ଵାଦରୁ ବଞ୍ଚିତ ରୁହ ॥

ଅସଲି ଘିଅରେ ଚାରି ତରକାରୀ
ବାସିବ ଯେ ମହ ମହ
ଆନନ୍ଦ ବଜାରେ ଅଭଡାନ୍ନ ଖାଇ
କୁହ ଜଗନ୍ନାଥ ଜୟ
ତଥାପି ମନରେ ଭୟ
ଓମଫେଡରେ ଯଦି ଫୋଡ ବାହାରିଲା
ନୋକହସା ହବା ଥୟ ॥

Post a Comment

0 Comments