Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଆ - ଧ୍ରୁବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ମମତାର ଡୋରି ବନ୍ଧା ତୋ ଗଳାରେ
ସରଗଠୁ ବଡ ତୁହି
କେତେ ଦୁଃଖ କେତେ କଷଣ ସହିକି
ଦେଖାଇ ଦେଲୁ ତୁ ମହୀ ।।
ପଣତ କାନିରେ ପୋଛି ଦେଉଥିଲୁ
ଲୁହ ଶିଙ୍ଘାଣୀକୁ ମୋର
ସେନହ ମମତା ଢାଳି ଦେଉଥିଲୁ
ମନଟି ନିର୍ମଳ ଝର ।।
ନିଜ ମନ ପ୍ରାଣ ଢାଳି ଦେଉ ନିତି
କଅଁଳ ବଚନ କହି
ମାଆ ତୁ ମୋହର ସଂସାରଠୁ ବଡ
କରୁଣାର ବାରି ବହି ।।
ଯୁଗେ ଯୁଗେ ତୁହି ଧରିତ୍ରୀ ଗାୟତ୍ରୀ
ଦେବକୀ ଓ ଯଶୋମତୀ
ଗାନ୍ଧାରୀ ସାବିତ୍ରୀ ଅଟୁ ମୋ ଜନନୀ
ତୋ ପାଦେ କୋଟି ମିନତୀ ।।

Post a Comment

0 Comments