Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମୋ ପ୍ରିୟା - ସୌଭାଗ୍ୟ ରଞ୍ଜନ

ସୌଭାଗ୍ୟ ରଞ୍ଜନ
ମାର୍ଶାଘାଇ, କେନ୍ଦ୍ରାପଡା

ଲାଜୁଆ ଆଖିରେ କଜଳ ନାଇକି
ପ୍ରିୟା ମୋ ମୁରୁକି ହସୁଛି
ପିନ୍ଧି ପାଟଶାଢୀ ଥିରି ଥିରି ଚାଲେ
ଆହାକି ସୁନ୍ଦର ଦିଶୁଛି ॥

ପାଦରେ ଅଳତା ମଥାରେ ସିନ୍ଦୁର
ଚୁଡି ଛମ ଛମ କହେ
ସେତ ଅଲିଅଳି ସୁନ୍ଦର ପଣରେ
ସଭିଙ୍କ ମନକୁ ମୋହେ ॥

ଥିରି ଥିରି ଚାଲେ ସୁନ୍ଦରୀ ପ୍ରିୟା ମୋ
ଓଠ ଚାପି ଚାପି କହେ
ହସିଦେଲେ ସିଏ ସକାଳ ସୂରୁଜ
ପୂରୁବ ଆକାଶେ ଉଏଁ ॥

ଆଶ୍ଵିନ ମାସର କାଶତଣ୍ଡୀ ପରି
ହସେ ପ୍ରିୟା ଖିଲି ଖିଲି
ପ୍ରୀତିମୟୀ ପ୍ରୀତି ଓଠ ତା ଲାଗଇ
ଅସ୍ତ ସୂର୍ଯ୍ୟ ଭଳି ନାଲି ॥

ରୂପ ତା’ର ଅଟେ ଚନ୍ଦ୍ରମା ପରି ଯେ
ହସରୁ ଝରଇ ମଧୁ
ଆସିବ ଦିନେ ସେ ଶାଢୀ ଶଙ୍ଖା ପିନ୍ଧି
ସାଜି ପୁଣି ନବବଧୂ ॥

ଲେଖେ ମୁଁ କବିତା କେତେ ମିଠାକଥା
ମୋ ଲାବଣ୍ୟବତୀ ପାଇଁ
ସୁନ୍ଦରୀ ପ୍ରିୟା ମୋ ଶୁଣିବ ବୋଲି ସେ
ଆସୁଛି ମୋ ପାଶେ ଧାଇଁ ॥

ଗୋଲାପ ପାଖୁଡା ଓଠ ତା’ର ପୁଣି
କୃଷ୍ଣଚୂଡା ପରି ଦେହ
ମୃଗନୟନୀ ସେ ଚଞ୍ଚଳା ହରିଣୀ
ଅମୂଲ ମୂଲ ତା ସ୍ନେହ ॥

ଆଗୋ ବନହଂସୀ ମନର ମାନସୀ
ରାଜଜେମା ଅନୁପମ
ସ୍ଵପ୍ନର ଉର୍ବଶୀ ମୋ ମନ ମାନସୀ
ପ୍ରିୟା ମୋର ପ୍ରିୟତମା ॥

Post a Comment

0 Comments