Information

ମା କାଳିଜାଇ

ଶରତ ଚନ୍ଦ୍ର ଜାଲି, ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
କୋଦଳା, ଗଞ୍ଜାମ
ଦୂରଭାଷ: ୭୮୭୩୯୧୭୬୫୧

ଚିଲିକା ଗରଭେ ହସୁଛି ମୋର ମା ମନ୍ଦିର
ସେ ମନ୍ଦିରେ ମା ବସିଛି ଲାଗେ କେଡେ ସୁନ୍ଦର ॥
ସଞ୍ଜ ସକାଳେ ସେ ବାସୁଛି ମାଖି ଚୁଆ ସିନ୍ଦୁର
ତା'ଗଳାରେ ଶୋଭା ପାଉଛି ମାଳ ନାଲି ମନ୍ଦାର ॥


ସ୍ନେହ ମମତା ସେ ବାଣ୍ଟୁଛି ସେତ ସେନେହ ଝର
ବିଶ୍ଵଜନନୀ ସେ ବିଶ୍ଵାସେ ଯାଚି ଦିଅଇ ବର ॥
କୃପାମୟୀ କୃପାଦୃଷ୍ଟିରେ ଚାଲେ ସାରା ସଂସାର
ବିପଦେ ଆପଦେ ନାଉରୀ ଧରେ ନାମକୁ ତା'ର ॥
କୋଟି କୋଟି ଭକ୍ତ ଆସନ୍ତି ମୁକ୍ତ ତା'ର ଦୁଆର
ମା କାଳିଜାଇ ଚରଣେ ମୋର କୋଟି ଜୁହାର ॥

Post a Comment