Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଋତୁ ରାଣୀ ତୁମେ

ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ଵର, କାକଟପୁର, ପୁରୀ

ଋତୁ ରାଣୀ ତୁମେ ବାସନ୍ତିକା ଆଗୋ
ସରଦି ସରଦି ପ୍ରେମେ
ସନ୍ତୁଳିତ ପ୍ରାଣେ ଶିଶିର ଛିଞ୍ଚ ଗୋ
ଶରତ ର ଶେଷ ଯାମେ,
ଯୋଗୀ ଟିଏ ପରି ଯୋଗ କରିଯାଏ
ତୁମରି ଛୁଆଁରେ ଭିଜି
ହେଲେ ନିର୍ବାଣର ସୁଖ ଅବା କାହୁଁ
ତୁମରି ପ୍ରେମକୁ ତେଜି,
ଝରା ଶିଉଳି ର ପାଖୁଡ଼ାରେ ତୁମ
ନାମ ଲେଖେ ବାରମ୍ବାର
ହେଲେ ଡର ଲାଗେ କାଳେ ହେବପର
ଶରତ ଫେରିଲେ ଘର ॥

( ସରତ ଋତୁ ର ଅନ୍ୟ ନାମ ଚୋରା ବସନ୍ତ ଏଣୁ ବସନ୍ତିକା ଶବ୍ଦଟି ବ୍ୟବହାର କରା ଯାଇଛି)

Post a Comment

0 Comments