Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜୟ ଭାରତ - କବିତା ପଟ୍ଟନାୟକ

କବିତା ପଟ୍ଟନାୟକ,
ପଲଟଣ ପଡିଆ, ଖୋରଧା

ହେ ମହାତ୍ମା !
ତୁମ ସ୍ଵପ୍ନର ଭାରତ ଆଜି
ମୁଁ ଆଉ ମମତ୍ଵର ବାହୁ ବନ୍ଧନରେ,
ତୁମ ଅକୁଣ୍ଠିତ ବଳିଦାନ
ଆଜି କାଶ୍ମୀର ଲୁହରେ
ତୁମ ଆଦର୍ଶର ମହାର୍ଦ୍ଦ ଆଜି
ସୀମାନ୍ତର ପଞଝା ଲଢେଇରେ,
ରାମରାଜ୍ୟ ଆଜି ଅସ୍ତମିତ
ବ୍ୟଭିଚାରର ଦାବାନଳରେ,
ଆକାଶକୁ ଘୋଡିହୋଇ
ଶୋଉଥିବା ମଣିଷ ମାନଙ୍କ ପିଠିରେ
ଧର୍ଷିତା ନାରୀର ଭୁଲୁଣ୍ଠିତ ସମ୍ମାନରେ
ଭୋକ ତାଉର ତାଡନାରେ
ପେଷି ହୋଇ ମହୁଲ ଗୋଟାଉଥିବା
କଅଁଳ ହାତରେ,
ଆଉ ଟୋପାଏ ଔଷଧ ବିନା
ପୁତ୍ରହରା ମାଆର କରୁଣ ବିଳାପରେ
ତଥାପି ତମେ ଜାକିଜୁକି ଠିଆ ହୁଅ ମହାତ୍ମା
ଫର ଫର ଉଡୁଥିବା ଏ ପତାକା ତଳେ
ମୂର୍ତ୍ତିଟିଏ ଭଳି...
ହାତରେ ତୁମ ବିବଶତାର ଯଷ୍ଟି,
ଝରି ପଡିବା ପୂର୍ବରୁ ଆଖିତଳ ଲୁହ ସବୁ ଜମାଟ ବାନ୍ଧିଯାନ୍ତି,
ଠିକ ସେହି ମହାର୍ଘ ଅବସରର
ଅମୃତମୟ ବେଳାରେ
ସାମ୍ପେନ ସେଲିବ୍ରେସନ ସହ ଆମେ
ପାଳୁ ୭୧ତମ ସ୍ଵାଧୀନତା ଦିବସ !
ହୋଟେଲ-ବାର-ରେଷ୍ଟୁରାଣ୍ଟ ସବୁଠି
ଭିଡ ଜମେ ନାଲିବତୀ ଗାଡିର
‘ବାପୁ..’ ତୁମେ’ ସ୍ଵାଭିମାନର ହାତ ବଢାଅ
ଆଉ ତୁମ ‘ଜୟ ଭାରତ’ର ସ୍ଲୋଗାନ
ଟିକକ ଅସ୍ପଷ୍ଟ ହୋଇଯାଏ..

Post a Comment

0 Comments