Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଏ ଦେଶ ରୀତି

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଏ'ଦେଶେ ଏମନ୍ତ ଅଛି ଏକ ରୀତି
ମାନୁ'କି ନମାନୁ ତୁମ ସାଧୁମତି ।।

ବୟସ୍କ ଯେତେକ ଏଠି ବୋଲାନ୍ତି ବିଜ୍ଞ
ମୁଣ୍ଡି ମରାରେ'ଯେ ଥିଲେ ଦିନେ ଅଜ୍ଞ ।।


ଯେ'ବାଳୁତ ଥିଲା ଅତୀତରେ ବିଜ୍ଞ
ଆଜି'ସେ ବାଳୁତ ଏ ସମାଜେ ଅଜ୍ଞ ।।

ବୁଢା ସବୁ ଏଇଠି ସରବ ଜଣା
ବାଳକ ବୋଲିକି ସେ ମୁରୁଖେ ଗଣା ।।


ଯୁବକ କଥାକୁ ଏଠି କି'ବାଖ୍ୟା ଦେବି !
ସୀମାନ୍ତରେ ପରା ସେ'ମରୁଛି ନିତି ।।

ରାଜନୀତି ଦିନେ ଥିଲା ସେବା ଶ୍ରେଷ୍ଠ
ଆଜି'ସେ ହେଇଛି ମୂଳ ପଥ ଭ୍ରଷ୍ଠ ।।


ସେବା ଛାଡି ନେତା ଦେଶକୁ ଲୁଟନ୍ତି
ବଛାବଛା ବୁଢା ସେପଥ ଆବୋରନ୍ତି ।।

ଏ'ଦେଶେ ଉନ୍ନତି କାହୁଁ'ବା ହୋଇବ
ଯୁବ ସମାଜକୁ ଯେ'ତୁଛ ମଣିବ ।।


ଏଣୁ ହେ'ସୁଜନେ ଛାଡି ବୁଢା ପ୍ରୀତି
ଚିନ୍ତା କର ଥରେ ଦେଶର ପ୍ରଗତି ।।

ଦୂରେ ଫିଙ୍ଗି ଦେଇ ହୀନ ରୀତି ନୀତି
ଯୁବାଜାତି ଶ୍ରମେ ଦେଶ ନିଶ୍ଚିତ ପ୍ରଗତି।।

Post a Comment

0 Comments