Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମ ପ୍ରତୀକ୍ଷାରେ...

ଇଂ ସସ୍ମିତା ବେହେରା
ସୋଲାର, ଛତିଆ, ଯାଜପୁର

ଶୁନଶାନ ଆକାଶ ବି
ଜଣାଇ ଦେଉଥିଲା ତୁମକଥା
ପତ୍ର ଓହଳରୁ ଭାସି ଆସୁଥିଲା
ସନ୍ଦେଶ ତୁମ ଶୁନ୍ୟତାର...
ସତେ ଯେପରି ମୋ ବିରହ ବିଧୂର ବିଳାପ
ଦେଉଥିଲା ସେମାନଙ୍କ ପ୍ରଶ୍ନୋତ୍ତର...
ଅଧା ରାସ୍ତାରୁ ହାତ ଫେରେଇ ନେଇ
ଖୁବ ଖୁସିରେ ଅଛ ନା ତୁମେ
ହେଲେ ମୁଁ ସେମିତି ପଡି ରହିଛି
ମନ୍ଦିର ବାଢାରେ ବିଦଗ୍ଧ ଦୀପଟେ ହୋଇ...
ଚାଲିଛି.. ଯେ ଚାଲିଛି
ଏକ ଥକାହୀନ ବାଟୋଇ ସାଜି
ଜୀବନର ଖାଲଖମା ଡେଇଁ ;
ମୁଁ ଏକା ନୁହଁ
ମୋର ଚିରସାଥୀ ହୋଇଯାଇଛନ୍ତି
ଦୁଃଖର ପାହାଡ ଓ
ଲୁହର ନଈ... ॥

Post a Comment

0 Comments