Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୁଁ ଆତ୍ମା କହୁଛି - ଭାଗ ୧ - ବଳବନ୍ତ ସାହୁ

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼,
ଦୂରଭାଷ- ୯୦୭୮୧୦୫୨୩୪


ଆତ୍ମା... !
ହଁ' ମୁଁ ଆତ୍ମା କହୁଛି । କୋଟି କୋଟି ହିନ୍ଦୁଙ୍କର ସେଇ ଘୃଣ୍ୟ ଆତ୍ମା, ଯେ ନିଜ ହାତରେ ପାଣି ସିଞ୍ଚି ଦେଶର ଆଲୁଅକୁ ଚିରଦିନ ପାଇଁ ଲିଭାଇ ଦେଇଥିଲା ପୁଣି ବିନା ଅନୁତାପରେ ହସି ହସି ଫାଶିଖୁଣ୍ଟରେ ଝୁଲିପଡିଥିଲା, ମରଣକୁ ଶ୍ରେୟ ମଣିନେଇଥିଲା ।


ମନେ ପଡ଼ିଗଲି ବୋଧେ, କେମିତି ମନେପଡିବିନି ମୁଁ ପରା ସମସ୍ତଙ୍କ ବାପା ଆଗରେ, ହଁ ବା ଆଗରେ । ଆଗରେ ମାନେ ଆଗରେ ଗୋଟିଏ ଚିହ୍ନ, ହଁ ଚିହ୍ନ । ଏଇ ପରା- "୰ମହାତ୍ମା ମୋହନ ଦାସ କରମଚାନ୍ଦ ଗାନ୍ଧୀ" । "୰" ଏ ଚିହ୍ନ ତ ମୁଁ ଦେଇଛିନା ଲୋକେ ସିନା ମହାତ୍ମା ଆଖ୍ୟା ଦେଇଛନ୍ତି ।


ହେଇ ଶାନ୍ତ... ଶାନ୍ତ...! ମୁଁ ଆତ୍ମା, ମଣିଷ ନୁହେଁ । ଆୟତ୍ତ କର ଏ ରାଗ, ଆୟତ୍ତ କର ଏ ସବୁ ନକାରାତ୍ମକ ଆବେଗକୁ କାରଣ ତୁମ ପିତାଜୀ ଗାନ୍ଧୀ କହିଥଲେ ବା ହଁ ମୁଁ ଶୁଣିଥିଲି- "Always stay with positive passion." । ଆଉ ମୁଁ କହୁଛି ମାନେ ସବୁ କହିବି, ଗୋଟି ଗୋଟି କରି କହିବି, ସ୍ପଷ୍ଟ କହିବି, ନମ୍ର ଭାବେ କହିବି, ଶତ ପ୍ରତିଶତରୁ ଟିକେ ଅଧିକ ସତ୍ୟ କହିବି । ହଁ, ଶତ ପ୍ରତିଶତରୁ ଅଧିକ ମାନେ- ଗାନ୍ଧିଜୀତ ଶତ ପ୍ରତିଶତ ସତ୍ୟ କହୁଥିଲେ ମୁଁ ତାଙ୍କଠୁ ଟିକେ ଅଧିକ ସତ୍ୟ କହିବି । ହୁଏତ ଆଜିର ବୁଲେଟ ଟ୍ରେନ ବେଗରେ କହିପାରିବି ନାହିଁ ସତ କିନ୍ତୁ କହିପାରିବି ମୁଁ ମୋ ସମୟର ଶଗଡ଼ ଗାଡ଼ି ବେଗରେ, ନିଶ୍ଚିତ ପାରିବି କାହିଁକିନା ମୁଁ ଗୋଟିଏ ଆତ୍ମା ।


ମୋ ଦୃଷ୍ଟିକୋଣରୁ ଯଦିବା ମୁଁ ଭୁଲ କରିନାହିଁ ତଥାପି ମୁଁ ଭୁଲ କରିଛି ମୁଁ ମୋ କୋଟି କୋଟି ଭାଇଭଉଣୀଙ୍କ ଦୃଷ୍ଟିକୋଣରେ, କରିଛି ମହାପାପାରୁ ମଧ୍ୟ ବଡ ପାପ । ଏବଂ ମୁଁ ଯେଉଁ ପାପ କରିଛି ତା'ର ପ୍ରାୟଶ୍ଚିତ ମଧ୍ୟ କରୁଛି । ହଁ ପ୍ରାୟଶ୍ଚିତ କରୁଛି, ନହେଲେ କଣ ଦୀର୍ଘ ୬୮ବର୍ଷ ହେଲା ଘୁରିବୁଲନ୍ତି, ନା ଯାଇପାରୁଛି ସ୍ୱର୍ଗକୁ ନା ପାରୁଛି ଯାଇ ନର୍କକୁ । ନା ପାରିଛି ମରି ନା ପାରିଛି ମୁଁ ବଞ୍ଚି । ତଥାପି ହୋଇନାହିଁ ମୁଁ ବ୍ୟସ୍ତ, ହୋଇନି ବିଚଳିତ, ଭାଙ୍ଗିନାହିଁ ସେହି ଆଶା କମିନାହିଁ ମଧ୍ୟ ସେ ଆଶା ବରଂ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଛି ଜୁଆରର ଢେଉ ପରି, ଫୁଲି ଫୁଲି ଉଠୁଛି ସତେକି ଆକାଶ ଛୁଇଁବ ।


ସବୁକିଛି କହିବି କିନ୍ତୁ ପ୍ରଥମେ କହିବି ମୋ ଶେଷ ଅଭିଳାଷ ଯାହାକି ମୃତ୍ୟୁ ପୂର୍ବରୁ ଭାଇକୁ ଜଣାଇଥିଲି ।


ମୋ ଶେଷ ଅଭିଳାଷ-
ସ୍ନେହର ଭାଇ ଦତାତ୍ରେୟ,


ଭାଇ ମୋ ଶେଷ ଇଚ୍ଛା ପୂରଣ କରିବ- "ସିନ୍ଧୁନଦୀ କୂଳ ଆମ ହିନ୍ଦୁ ମାନଙ୍କର ପୁଣ୍ୟକ୍ଷେତ୍ର କାରଣ ଏଠାରେ ଆମ ଋଷିଗଣ ବେଦମନ୍ତ୍ର ରଚନା କରିଥିଲେ ଏଣୁ ଏହା ଆମ ହିନ୍ଦୁସ୍ଥାନର (ଅଖଣ୍ଡ ଭାରତବର୍ଷର) । ଯେବେ ପୁନର୍ବାର ଏହି ସିନ୍ଧୁନଦୀ କୂଳରେ ତ୍ରିରଙ୍ଗା ପତାକା ବିନାଭୟରେ ଫର୍ ଫର୍ ହୋଇ ଉଡିବ ସେ ଦିନ ହିନ୍ଦୁମାନଙ୍କ ପାଇଁ ହେବ ଏକ ପବିତ୍ରଦିନ ଏବଂ ଏହି ପବିତ୍ଦିବସର ପୁଣ୍ୟତିଥିରେ ହିଁ ମୋ ଚିତାଭସ୍ମକୁ ସିନ୍ଧୁନଦୀରେ ବିସର୍ଜନ କରିବ । କିଛି ଅବଶୋଷ ନାହିଁ ମୋର ଯଦି ଏସମୟ ଆସିବାପାଇଁ ମୋତେ ଅପେକ୍ଷା କରିବାକୁ ପଡେ କେତେ ପୁରୁଷ । କିନ୍ତୁ ପିଢୀ ପରେ ପିଢୀ ସମର୍ପଣ କରିଚାଳୁଥିବ ନିଶ୍ଚିତ ଏ ସମ୍ଭବ ହେବ ।


(ଇତି)
ଆପଣଙ୍କ ସ୍ନେହର ଭାଇ
କ୍ରମଶଃ ଆଗକୁ ପଢନ୍ତୁ..

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।