Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁଳସୀ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ - ୯୪୩୭୦୮୧୩୩୩

ଧନ୍ୟ ଲୋ ତୁଳସୀ ଧନ୍ୟ ଧନ୍ୟ ତୁହି
ଧନ୍ୟ ତୋହର ମହିମା
ବିଷ୍ଣୁଙ୍କର ପ୍ରିୟା ନାମ ବିଷ୍ଣୁପ୍ରିୟା
ବୃନ୍ଦାବତୀ ନାମେ ଜଣା ॥

ମୂଳେ ତୋର ବ୍ରହ୍ମ ଡାଳେ ତୋର ବିଷ୍ଣୁ
ପତ୍ରେ ଦେବତାଙ୍କ ବାସ
ପୃଥିବୀରେ ନାହିଁ ତୋପରି ପବିତ୍ର
ଆଉ ଅନ୍ୟ କେଉଁ ବୃକ୍ଷ ॥


ତୋ ପତ୍ରର ଜଳ ନିତି ପାନ କଲେ
ହୁଏନାହିଁ ପୁନର୍ଜନ୍ମ
ଶାନ୍ତି ମିଳିଥାଏ ତୋ ବୃକ୍ଷ ମୂଳରେ
ନିତି କଲେ ଦୀପ ଦାନ ॥

ତୋହର ମାଳୀକୁ ଗଳାରେ ଧାରଣ
ଶରୀର ସୁସ୍ଥ ରହିବ
ତୋତେ ଆରାଧନେ ସର୍ବ ଦେବତାଙ୍କ
ଆଶୀର୍ବାଦ ଲଭୁଥିବ ॥


ତୋ ବୃକ୍ଷ ପାଶରେ ବାୟୁମଣ୍ଡଳରେ
ଜୀବାଣୁ ରୁହନ୍ତି ନାହିଁ
ତୋ ବୃକ୍ଷ ପାଖକୁ ଯମଦୂତ ମାନେ
ପ୍ରବେଶି ପାରନ୍ତି ନାହିଁ ॥

ଶେଷ ସମୟରେ ଯେଉଁ ବ୍ୟକ୍ତି ମାନେ
ତୁଳସୀ ମାଳା ଧାରଣ
ତା ସହିତ ଯଦି ତୁଳସୀର ଜଳ
ଟୋପେ କରିଥାଏ ପାନ ॥


ତା'ର ଆତ୍ମା ନିଶ୍ଚେ ବୈକୁଣ୍ଠ ଯିବ
ଲଭିଣ ବିଷ୍ଣୁ ଆଶିଷ
ତୋର ପତ୍ର ପାଇ ନିଶ୍ଚେ ଯିବ ତରି
ରହିଛି ଆତ୍ମ ବିଶ୍ଵାସ ॥

Post a Comment

0 Comments