Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବ୍ଲୁ ହ୍ଵେଲ ଗେମ

ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି.
ଖ-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯
ଜିଲ୍ଲା- ଖୋରଧା, ଓଡ଼ିଶା, ଦୂରଭାଷ-୯୪୩୯୧୨୮୦୫୦

କଳିକାଳ ଯୁଗ ରୀତି ନୀତି ଦେଖ
ଖେଳ ଖେଳି ଯାଏ ପ୍ରାଣ
ଏକାଧିକ ଯୁବା ଯୁବତୀ ଖେଳିକି
ମରଣ କଲେ ବରଣ ॥
ପାଠ ପଢ଼ା ଛୁଆ ବୁଦ୍ଧିସୁଦ୍ଧି ନାହିଁ
ଖେଳରେ କାଟୁଚି ହାତ
କେଉଁ ସରଗକୁ ଉଠିଯିବ ସତେ
ଯଦି ଏ ଖେଳରେ ଜିତ ?
ଖେଳ ଖେଳାଯାଏ ଆନନ୍ଦ ପାଇଁକି
କଷ୍ଟରେ କାହିଁକି ମର
ବହୁ ତପସ୍ୟାର ସୁଫଳ ସ୍ୱରୁପ
ମିଳିଛି ଏହି ଶରୀର ॥
ଅକାରଣେ ନାଶି ଦୁର୍ଲ୍ଲଭ ଜନମ
ଅରଜୁଛ ମହାପାପ
ଆତ୍ମହତ୍ୟା କଲେ କୁମ୍ଭୀପାକ ନର୍କେ
ଭୋଗୀବ ଯମର କୋପ ॥
କି ସୁନ୍ଦର ଧରା ଉପଭୋଗ କରି
ଜୀବନ କର ସଫଳ
ବହୁପୂଣ୍ୟ ବଳେ ମାନବ ଜନମ
ଛାଡ଼ ବ୍ଲୁ ହ୍ୱେଲ୍ ଖେଳ ॥

Post a Comment

0 Comments