Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାପା ସ୍ଵପ୍ନ ବୁଣୁଛନ୍ତି

ଆଲୋକ ରଞ୍ଜନ ଷଡଙ୍ଗୀ
ଗ୍ରାମ/ପୋଷ୍ଟ- ଗଣିଆପାଳି, ଜିଲ୍ଲା- ବରଗଡ଼
ଦୂରଭାଷ- ୭୦୭୭୨୫୪୩୪୧


ଏବେ ଏବେ ବାପା
ପାଗ ଭିଡି ମୁଣ୍ଡରେ
ଦୁଇ ପୁଙ୍ଗୁଳା ପାଦରେ
ଭୁଗୁଲି କାଖେଇ କାଖରେ
ବର୍ଷକର ଜୀବନ ବୁଣୁଛନ୍ତି ଜମିରେ ।
ବାପା ଆଗେ ଆଗେ, ହଳ ତାଙ୍କ ପଛେ ପଛେ
ଜୋତୁଛନ୍ତି ଜମିକୁ
ହାଲୁକା କରୁଛନ୍ତି ଜୀବନଦେବୀର ଶୁଷ୍କ ହୋଇଯାଇଥିବା ଜମିକୁ ।
ବାପା ସ୍ବପ୍ନ ବୁଣୁଛନ୍ତି; ବାପା ଆଶା ବୁଣୁଛନ୍ତି; ବାପା ଭାତ ବୁଣୁଛନ୍ତି,
ଅନେକ ଆଶାରେ, ଅନେକ ଭରସାରେ, ଅନେକ ବିଶ୍ୱାସରେ
ସେହି ଆଶା, ଭରସା, ବିଶ୍ୱାସ ଆଉ ସ୍ବପ୍ନକୁ
ଚମକାଇପାରୁନି ହଳିଆର ଧୂର୍ ଧୂର୍ ଡାକ
କାହିଁକିନା ବାପା ସ୍ବପ୍ନ ବୁଣୁଛନ୍ତି।
ହେଲେ କିଏ ଜାଣିଛି ?
ଜୀବନ ଗଜା ହେବକି ନାଇଁ ?
ଗଜା ହେଲେ ଗଛ ହେବକି ନାଇଁ ?
ଗଛ ହେଲେ ଫଳ ହେବକି ନାଇଁ ?
ଫଳ ହେଲେ ବାପା ଦେଖିଥିବା
ସ୍ଵପ୍ନଗୁଡାକ ସତ ହେବ କି ନାଇଁ ?
ତଥାପି ମୋ ମନ କହୁଛି,
ବାପା ସଫଳ ହେବେ
ଜୀବନ ଅମଳ କରିବେ
ସ୍ଵପ୍ନ ପୂରଣ କରିବେ, ଚଳିତ ବର୍ଷରେ...


Post a Comment

0 Comments