Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପାପଜ୍ଞାନ - ସୀମାଞ୍ଚଳ ରଣା

ସୀମାଞ୍ଚଳ ରଣା (ପ୍ରତିଷ୍ଠାତା-ଜାହ୍ନବୀ)
କୁର୍ତ୍ତମଗଡ଼, ତୁମୁଡିବନ୍ଧ, କନ୍ଧମାଳ

ସେ ଶବ୍ଦକୋଷକୁ ଜୀବନ୍ତ କରିଲେ,
ପଚାରିବି ଥରେ ଚାହିଁ,
ପାପ ବୋଲି ଶବ୍ଦଟିଏ ତା'ବକ୍ଷରେ,
ଧରିଛିଯେ କାହିଁପାଇଁ ।
ଯଦି ଦେଖା ହୁଏ ତକ୍ଷଶିଳାର ଦକ୍ଷଗୁରୁ ,
ପଚାରିବି,
କେଉଁ ଅପରାଧେ ଆଜି ଛାତ୍ରୀ ଅସଦାଚରଣ,
ଆଜିର ଗୁରୁମନେ ଶୋଭା କାହିଁକି ଆଜି,
ଏହି କଳୁଷିତ ଜ୍ଞାନ ।
ହେ ବିଜ୍ଞ ଗୁରୁଜନ ପଚାରେ ତୁମକୁ,
ଭ୍ରମ ମୋର କର ସଂଶୋଧନ,
ଗୁରୁ ହେ ତୁମ ମନେ କାହିଁ ଆଜି,
ଏ ପାପ ଭରା ଜ୍ଞାନ ?

(ବାଂଶପାଳ ଛାତ୍ରୀ ଅସଦାଚରଣ ଖବର ଶୁଣିବା ପରେ ଲିଖିତ)

Post a Comment

0 Comments