Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭୁଲହେଲା ମାଆ

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼,
ଦୂରଭାଷ- ୯୦୭୮୧୦୫୨୩୪


ମାଆ.... ମାଆ...!
ଶୁଣୁନୁ କାହିଁକି, ଦେଉନୁ ଉତ୍ତର
ହେଇଗଲୁ କି ତୁ ମୁକ
କାଲି କହୁଥିଲୁ ବାପା ଆଣିଦେବେ
ମୋ ପାଇଁ ବହି କଲମ ।
ଆଜି ଆଜି କହି କେତେ... ଦିନ ଗଲା
ବାପା ମୋତେ ଠକୁଛନ୍ତି, ମିଛ ଆଶା ଦେଉଛନ୍ତି
କିଛି ତ କହ ମାଆ, କିଛି ତ କହ
ପୋଛି ଦେଇ ମୋ ଆଖି ଲୁହ ।
କାନ୍ଦୁଛୁ ତୁ କାହିଁ ?
କାନ୍ଦୁଛୁ ତୁ, କାନ୍ଦୁଛୁ ମାଆ
ସର୍ବଂସହା ନାମ ପାଇ ।
ମାଆ... ମାଆ.. !
କାନ୍ଦ ନା ମାଆ , କାନ୍ଦ ନା ତୁହି
ତୁ ପରା ସର୍ବଂସହା
ଭୁଲ କଲି ମାଆ, ଧରୁଛି ମୁଁ କର୍ଣ୍ଣ
କରିଦେବୁ ମୋତେ କ୍ଷମା
କହିବିନି ଆଉ ଇସ୍କୁଲ୍ ଯିବା କଥା
କରିବିନି ଜମା ଅଳି ପୁଣି କରିବିନି
ଭାଇକୁ ମୋ ମାଡ଼ଗାଲି ।
ଜାଣିଛି ମାଆ ଜାଣିଛି ସବୁ
କହିନି ସିନା ମୁଁ ପଦେ
ନୁହଁ ମୁଁ ପଥର, ମଣିଷ ପରା ଗୋ
ଦେଖେ ପୁଣି ସବୁ ବୁଝେ
ବୁଝେନାହିଁ ସିନା ଅବୁଝା ମନ
ହେଉଅଛି ଛନ ଛନ
କହିଛି ଲୋ ମାଆ, ତାକୁ ଶତ ଥର
ହେବୁନି ବୋଲି ଅଥୟ ।
ଏବେ କିନ୍ତୁ କରିଛି ସତର୍କ
ରୋକଠୋକ କହିଛି ମାନିବ ସେ ନିଶ୍ଚିତ
ଯାହା ଦେବେ ବାପା ଖୁସି ଖୁସି ନେବ
ନଦେଲେ ନକହିବ କିଛି ବିଶେଷ।
ଜାଣିଛି ତୋ ଧୋବିଆଣି କାମ
ଦେଖିଛି ବାସନମଜା
ଦେଖିଛି ବାପାଙ୍କ ମୁଲଲଗା କାମ
ଦେଖିଛି ସେ ରିକ୍ସା ଟଣା
ଶୁଣିଛି ତୁମ ରାତିଅଧ କଥା
ଦେଖିଛି ସେଇ କ୍ରନ୍ଦନ
ଏବେ ଦୁଃଖ ଲାଗେ, ଲୁହ ଗଡ଼ିଆସେ
ଭାବି ତୁମ ପରିଶ୍ରମ ।
ଭୁଲ ହେଲା ମାଆ, ଭୁଲ ହେଲା ମାଆ
କହିବିନି ଆଉ ଇସ୍କୁଲ୍ ଯିବା କଥା ।


Post a Comment

0 Comments