Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମ୍ପାଦକୀୟ - ଚତୁର୍ଥ ସଂଖ୍ୟା - ପ୍ରଥମ ବର୍ଷ

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ରୟମୂଳେ ଗୌରୀ ନାରାୟଣୀ ନମୋସ୍ତୁତେ ॥


ପ୍ରିୟ ସାରସ୍ଵତ ବନ୍ଧୁଗଣ,


ଶାରଦୀୟ ଅଭିନନ୍ଦନ ସହ ସାରସ୍ଵତ ପ୍ରଣାମ ।


ବଣମଲ୍ଲୀର ମହକ ଇ-ପତ୍ରିକା ଚାଲି ଶିଖିଲାଣି । ପାଠକ ପାଠିକା ମାନଙ୍କର ଅହେତୁକ ଆଗ୍ରହ, ଲେଖକ ଲେଖିକା ମାନଙ୍କର ନିଚ୍ଛକ ପ୍ରୟାସ ତଥା ସୁହୃଦ ମାନଙ୍କର ଶ୍ରଦ୍ଧା ପତ୍ରିକାଟିର ମୂଳଧନ । ସମସ୍ତଙ୍କୁ ସାଧୁବାଦ ସହଯୋଗର ହାତ ବଢାଇ ଥିବାରୁ ।


ସାରା ଭାରତରେ ଉସ୍ଚବର ମାହୋଲ । ଶାରଦୀୟ ନବରାତ୍ରି, କାଳୀପୂଜା ଆଉ ଧରମ ମାସ କାର୍ତ୍ତିକ । କେଉଁଠି ଉପବାସ ତ ଆଉ କେଉଁଠି ଭୁରି ଭୋଜନ । ଲକ୍ଷ୍ୟ ତ ଏକ । ଧର୍ମ ସଂସ୍ଥାପନ । ଅସତ ଉପରେ ସତର ବିଜୟ ।


ଆପଣ ମାନେ ଜାଣନ୍ତି, ସାହିତ୍ୟ ସମାଜର ଦର୍ପଣ । ଦର୍ପଣ କେବେ ମିଛ କହେନା । ଏହା ମଧ୍ୟ ଜାଣନ୍ତି, ସାହିତ୍ୟ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରେ, ଏଥିରେ ସନ୍ଦେହ ନାହିଁ । ନିଜ ମାତୃଭାଷାକୁ ଆମ ଲେଖାରେ ବିଭୁଷିତ କରିବା, ସମାଜରେ ସଂସ୍କାର ଆଣିବାରେ ସହାୟ ହେବା – ଏହାହିଁ ଆମର ଲକ୍ଷ୍ୟ ହେଉ ।


ମାଆ ଦୁର୍ଗେ ଦୁର୍ଗତିନାଶିନୀ ଶକ୍ତି, ଶାନ୍ତି, ଜ୍ଞାନ, ଧନ, ବୁଦ୍ଧି, ସିଦ୍ଧି ପ୍ରଦାୟନୀ ହେବେ । ଏହାହିଁ କାମନା ।


ସଲିଳ କୁମାର ସ୍ଵାଇଁ
ମୁଖ୍ୟ ସମ୍ପାଦକ, ବଣମଲ୍ଲୀର ମହକ
ଦୂରଭାଷ - ୯୪୩୭୦୯୦୧୨୪

Post a Comment

0 Comments