Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମୁଁ ଓ ତୁମେ - ସୀମାଞ୍ଚଳ ରଣା

ସିମାଞ୍ଚଳ ରଣା
ଗ୍ରାମ- କୁର୍ତ୍ତମଗଡ଼, ଥାନା- ତୁମୁଡିବନ୍ଧ, ଜିଲ୍ଲା- କନ୍ଧମାଳ

ତୁମେ ବିଗତ ଦିନର ଫିରିଙ୍ଗି ଶାସନ
ମୁଁ ନିର୍ଭୀକ ବାଜି ରାଉତ,
ତୁମେ ଯୁଗଟିଏ ପାଇଁ ଶାସନ କରି
ଦେଇଥିଲ କେତେ ଆଘାତ ॥
ତୁମେ ହୃଦୟ ସାଗରେ ଛଳନାର ଉର୍ମି
ମୁଁ ଓଳିତଳ ଜଳକଣା,
ମୁଁ ଶ୍ରାବଣ ର ସାଥେ ସବୁବର୍ଷ ଫେରେ
ତୁମେ ବର୍ଷବର୍ଷ ବାଟବଣା ॥
କିଏ ଜିତିଛି କିଏ ହାରିଛି ସେଦିନୁ
ତୁମେ ପଚାର ଏ ସମୟକୁ,
ତୁମେ ବିଗତ ଦିନର ମଉଳା ଗୋଲାପ
ଏବେ ସ୍ମୃତିର ବଗିଚା ମୁଁ ॥
ତୁମେ ମୋନାଲିସା ଛବି ବୁଝିବ କାହିଁ
ନିହାଣ ମୁନର ଆଘାତ,
ମୁଁ କୋଣାର୍କ ମନ୍ଦିର ଏବେବି ଜୀବନ୍ତ
ବାରଶହ ଶିଳ୍ପୀରେ ଖୋଦିତ ॥
ତୁମେ ତ ଅବୁଝା ଯାତନା ଜୀବନ
କୋମକ ତୁଳୀରେ ଅଙ୍କିତ
ମୁଁ ପ୍ରତି ମୁହୂର୍ତ୍ତେ କଷଣ ସହି
ନିହାଣ ମୁନରେ ଆହତ ॥

Post a Comment

0 Comments