ଜଳବିନ୍ଦୁ - ଧ୍ରୁବ ଚରଣ ବେହେରା

ଜଳବିନ୍ଦୁ - ଧ୍ରୁବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ

ଗୋଧୂଳି ବେଳର ସୁନେଲୀ ଲଗନେ
ତୁମେ ବେଶି ମନ ପଡ
ଲୁଚି ଲୁଚି ରବି ଦେଖଇ ମୋ ମୁହଁ
ସତେ କି ମୁଁ ଚାନ୍ଦି ମେଢ ।।
ଭାବନାରେ ମୋର ଯୌବନ ଲହରୀ
ଫିଟୁଛି ହୃଦୟ କୂଳେ
ତମେଥିଲ ମୋର ସପନ ଭଉଁରୀ
ବୁଡିଲି ମୁଁ ପ୍ରୀତି ଜଳେ ।।
ଦୁହେଁ ମିଶି ଗଲେ ଅତଳ ଗଭୀରେ
ନଦୀ ନ ପାରିଲା ଜାଣି
ବହିଗଲେ ଆମେ ଅନେକ ଦୂରକୁ
ଲେଖିଲେ ନୂଆ କାହାଣୀ ।।
ତୁମେ ଥିଲ ମୋର ଜୀବନ ସାଗର
ମୁଁ ତୁମ ଅଳସୀ ନଈ
କଥା ହୋଇଥିଲେ ଅନେକ ଦିନରୁ
ଏକା ହୋଇଯିବା ରହି ।।
ଦୁଇଟି ମନର ଗୋଟିଏ ଠିକଣା
ତୁମେ ମୋ ପରମ ବନ୍ଧୁ
ତୋମେ ଅଟ ମୋର ଅନଳ ସୂର୍ଯ୍ୟ
ମୁଁ ଜଳୀୟ ବାଷ୍ପ ବିନ୍ଦୁ ।।

0 Comments