Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହାତ ଧରିନିଅ

ସତ୍ୟବ୍ରତ ସାହୁ
ପଲ୍ଲାସାହି, କମାଳପୁର
ଅହିୟାସ, ଯାଜପୁର
ଦୂରଭାଷ- ୯୩୩୮୧୬୫୬୧୯

ଦେଖ...
ଆଗରେ ଲମ୍ବା ରାସ୍ତା
ରାସ୍ତା କିନ୍ତୁ ବନ୍ଧୁର
ଖାଲ, ଢିପ ଦେଖିକରି ଆସ
ଯେମିତି ଝୁଣ୍ଟି ନପଡ ।
ମୁଁ ଅଙ୍ଗେ ନିଭେଇଛି ଝୁଣ୍ଟି ପଡିବାର କଷ୍ଟ
ଲହୁ ଲୁହାଣ ଆଙ୍ଗୁଳିର ଦରଜ,
ସେଇଥିପାଇଁ ତ ତମପାଇଁ ମୋର ଏତେ ଦରଜ !
ହୋଇପାରେ ମୁଁ ଅପରିଚିତ...
ତଥାପି ଗୋଟିଏ ରାସ୍ତା'ର ସହଯାତ୍ରୀ ତ !
ଜୀବନ ତ ଗୋଟିଏ ରାସ୍ତା
ରାସ୍ତାରେ କଣ୍ଟାର ଭୟ ଥାଏ,
ପାଦ ଖସିବାର ଭୟ ଥାଏ,
ଏକା ଏକା ଚାଲିବାର ବି ଭୟ ଥାଏ
ତଥାପି ଚାଲିବାକୁ ହୁଏ ମନରେ ସାହାସ ବାନ୍ଧି,
ଜିତିବାକୁ ହୁଏ ଦୁର୍ଗମ ପଥ ।
ତମେ ଚାଲ...
ଭୟ କରନା...
ମୁଁ ଚାଲୁଛି ତମ ପାଖେ ପାଖେ
ଯଦି ଏକା ଚାଲିବାର ଭୟ ଥାଏ
ତେବେ ହାତ ଧରିନିଅ,
ଦୁହେଁ ମିଶି ପାରହେବା ଅବଶିଷ୍ଟ ପଥ ।
ମୁଁ ଅନୁଭବିଛି ଏକା ଏକା ଚାଲିବାର କଷ୍ଟ
ତେବେ... ହାତ ଧରିନିଅ,
ଦେଖିବ କଷ୍ଟ ଲାଘବ ହେବ
ଚାଲିବାଟା ହୋଇଯିବ ନିହାତି ସହଜ ।

Post a Comment

0 Comments