Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତ୍ରିରଙ୍ଗା ଆମରି

ବିକେଶ ସାହୁ, ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭/୯୯୩୭୧୫୩୧୭୯

କେତେ ସୁନ୍ଦର ଦିଶୁଛି ଧ୍ୱଜା ଆମରି
ପବନର ତାଳେ ତାଳ ମିଲେଇ
ସମୁଦ୍ରର ଜୁଆର ପରି
ଫଡ ଫଡ ହୋଇ କେମିତି ଉଡୁଛି
ସତେକି ସେ କହୁଛି
ଗର୍ବରେ ତା ଛାତି ଫୁଲେଇ
ମୁଁ ଏ ସ୍ୱାଧୀନ ଭାରତର
ସ୍ୱାଧୀନ ତ୍ରିରଙ୍ଗା ବୋଲି ।
ରାଷ୍ଟ୍ରଗୀତିର ତାଳେ ତାଳେ
କେମିତି ସେ ତାଳ ମିଲାଉଛି
ସ୍ୱାଧୀନତାର ପ୍ରତୀକ ସାଜି
ସେ କେମିତି ଖୁସି ହେଉଛି
ନିଜକୁ ମୁକ୍ତ ପବନରେ
ସ୍ୱାଧୀନ ଛାଡି ଦେଇ
କେତେ ସୁନ୍ଦର ଦିଶୁଛି ସିଏ
ଶାନ୍ତି,ପ୍ରୀତି ,ଏକତାର ବାର୍ତ୍ତା ଦେଇ ।
ଗୋଟି ଗୋଟି କରି ଆଜି
କହୁଛି ସେ ସବୁ କିଛି
ତାର ସେଇ ଗୌରବ ଇତିହାସ
ସେଇ ଅତୀତର ପ୍ରତିଟି ମୁହୂୁର୍ତ୍ତ
ସେଇ ମହାମାନବ ଙ୍କ
ବୀରତାର ଗୁରୁଗମ୍ଭୀର ଧ୍ଵନି ଶୁଣାଇ
କେମିତି ସେ ଉଡୁଛି
ଆଜି ସ୍ୱାଧୀନ ହୋଇ ।
କେମିତି ସେ ଚେତେଇ ଦେଉଛି
ଆମରି ସ୍ୱାଧୀନତା କୁ
କେମିତି ମନରେ ଭରିଦେଉଛି
ଶାନ୍ତି ପ୍ରୀତି ଏକତାର ଭାବ ଜାତି ଧର୍ମ ବର୍ଣ୍ଣକୁ ଦୂର କରି ଦେଇ
କେମିତି ସେ ଆଜି ଗୁନ୍ଥି ଦେଉଛି
ଗୋଟିଏ ସୂତାରେ ମାଳଟିଏ
ଆଉ ନା ଦେଇ ଦେଉଛି ତାକୁ
ଭାରତୀୟ ବୋଲି।
ସ୍ୱାଧୀନ ହୋଇ ଉଡୁଥାଉ ସଦା
ତ୍ରିରଙ୍ଗା ଆମରି......

Post a Comment

0 Comments