Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏଇତ ବିସ୍ମୟ ଦୁନିଆଁ - ଆଶ୍ଚର୍ଯ୍ୟ ବିହି

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪


ଜୀବନ ପ୍ରଦୀପ ଜଳେ ମିଞ୍ଜିମିଞ୍ଜି
ଭୟଲାଗେ ଭାବି ଦିନେ ଯିବ ଲିଭି
ଲାଗଇ କାହିଁକି କାଳେ ଯିବ ଏବେ ଲିଭି
ତେଲ ଥିବାଯାଏ ଜଳିବ ପ୍ରଦୀପ
ତେଲ ଶେଷେ ପୁଣି ଲିଭିବ ପ୍ରଦୀପ
ଏଇତ ବିସ୍ମୟ ଦୁନିଆଁ, ଆଶ୍ଚର୍ଯ୍ୟ ବିହି ।୧।


ଜୀବନ ମାର୍ଗର ପଥେ ଚାଲେ ନିତି
ଜାଣିବିତ ପଥ ଦିନେ ଯିବ ସରି
ଲାଗଇ କାହିଁକି କାଳେ ଯିବ ଏବେ ସରି
ପଥ ଥିବାଯାଏ ପଥିକ ହୋଇବ
ପଥ ଶେଷେ ନିଜ ବିଲୀନ ହୋଇବ
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ।୨।


ଜୀବନ ଚନ୍ଦ୍ରମା ଜୋଛନା ଢାଳଇ
ଜାଣିବିତ କ୍ଷଣକରେ ଯିବ ଲୁଚି
ଲାଗଇ କାହିଁକି କାଳେ ଯିବ ଏବେ ଲୁଚି
ଉଇଁଥିବା ଯାଏ ଜୋଛନା ଢାଳିବ
ଅଷ୍ଟଗାମୀ ହୋଇ ପୁଣି ଯିବସରି
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ।୩।


ଜୀବନ ନାଟକେ ଅଭିନୟ କରେ
ଭୟଲଗେ ଅଭିନୟ ଯିବ ସରି
ଲାଗଇ କାହିଁକି କାଳେ ଯିବ ଏବେ ସରି
ଥିବାଯାଏ ମଞ୍ଚେ ଅଭିନୟ ଦେଖା
ଦୃଶ୍ୟ ଶେଷେ ଯିବ ସେ ସତେ ବାହୁଡ଼ି
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ।୪।

Post a Comment

0 Comments