Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସତ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ- ୯୪୩୭୦୮୧୩୩୩

ଡର ନାହିଁ କେବେ କହିବାକୁ ସତ
ଫଳରେ ବିବେକ ହୁଅଇ ମାର୍ଜିତ ।
ସତ୍ୟ ତାକୁ କରେ ସାହାସୀ ନିର୍ଭୟ
ହାଲୁକା ହୁଅଇ ତାହାର ହୃଦୟ ।
ସତ ହେଉଅଛି ସ୍ଵଚ୍ଛ ଦୀର୍ଘସ୍ଥାୟୀ
କେହି ତାକୁ କେବେ ନପାରେ ଘୋଡାଇ ।
ସତ୍ୟ ହୁଏ ଯା'ର ଜୀବନର ବ୍ରତ
ତାହାର ଜୀବନ ସବୁଠୁ ମହତ ।
ସତ ହେଉଅଛି ଗୁଣ ପ୍ରଭୁଙ୍କର
ସେ'ପାଇଁ ସେ'ପାଏ ସବୁଠୁ ଆଦର ।
ସତ ଠାରୁ ବଳି ଏହି ସଂସାରରେ
ବଡ ଧର୍ମ ନାହିଁ କାହା ଜାଣିବାରେ ।
ସତ୍ୟବାଦୀ ଲୋକ ତା'ର ଜୀବନରେ
କେଉଁଠି କେବେବି ସେ ହାରି ନପାରେ ।
ସଂସାରରେ ଯାହା ହୁଏ ଆତଯାତ
ତାହାରି ମୂଳରେ କେବଳ ହିଁ ସତ ।
ସତ'ର ଯୋଗୁ ହିଁ କୌରବ ବିନାଶ
ରାବଣକୁ ରାମ କରିଥିଲେ ହତ ।
ରାଜା ହରିଶ୍ଚନ୍ଦ୍ର ସତ୍ୟ ରକ୍ଷା ପାଇଁ
ଅମର ହୋଇଲେ ଯୁଗ ଯୁଗ ପାଇଁ ।
ପରମ କର୍ତ୍ତବ୍ୟ ଆମ ସଭିଙ୍କର
ସତ କହିବାକୁ କେବେ ବି ନଡର ।

Post a Comment

0 Comments