Information

ଗୀତା ସାର - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ - ୯୪୩୭୦୮୧୩୩୩

ମନୁଷ୍ୟ ସଂସାର ମୋହରେ
ସର୍ବଦା ପଡଇ ଦ୍ୱନ୍ଦରେ ।
କଣ କରିବି ନକରିବି
କର୍ତ୍ତବ୍ୟଚ୍ୟୁତ ତାହାଭାବି ।
ନହୁଅ ମୋହ ବଶବର୍ତ୍ତୀ
ତ୍ୟାଗିବ ସୁଖ ଓ ଆସକ୍ତି ।। ୧ମ ଅଧ୍ୟାୟ ।।

ଶରୀର ମାତ୍ରେ ନାଶବାନ୍ଆ
ତ୍ମାକୁ ଅବିନାଶୀ ଜାଣ ।
କର୍ମରେ ଖାଲି ଅଧିକାର
ଫଳକୁ ଭାବନା ନକର ।
କାମନା ଅଶାନ୍ତି କାରଣ
ତେଜ୍ୟିଲେ କାମନା ନିର୍ବାଣ ।। ୨ୟ ଅଧ୍ୟାୟ ।।


ସର୍ବଦା ନିଷ୍କାମ ଭାବରେ
ଅନ୍ୟର ହିତ ଉଦ୍ଦେଶ୍ୟରେ ।
କର୍ମ କରିବି ନିଃସ୍ୱାର୍ଥରେ
ହୋଇବ ସଂସାରୁ ଉଦ୍ଧାରେ ।
ହେଲେ ବି ଭଲ ପରଧର୍ମ
ସର୍ବଦା ଉତ୍ତମ ସ୍ୱଧର୍ମ ।। ୩ୟ ଅଧ୍ୟାୟ ।।

ଦୁଇଟି ଉପାୟ ପ୍ରାୟତଃ
କର୍ମବନ୍ଧନୁ ହେବ ମୁକ୍ତ ।
ଜାଣିକି ତତ୍ତ୍ୱ ସେ କର୍ମର
ନିଃସ୍ୱାର୍ଥ ଭାବେ କର୍ମ କର ।
ତତ୍ତ୍ୱ ଜ୍ଞାନକୁ ଅନୁଭବ
ପରମଶାନ୍ତି ଜନେ ଲଭ ।। ୪ର୍ଥ ଅଧ୍ୟାୟ ।।

ଅନୁକୂଳ ବା ପ୍ରତିକୂଳ
ନିର୍ଲିପ୍ତ ପାଏ ଶ୍ରେଷ୍ଠ ଫଳ ।
ମୃତ୍ୟୁର ପୂର୍ବୁ ଯେଉଁ ଜନ
ଦମନ କରେ କ୍ରୋଧ, କାମ ।
ପରମାତ୍ମାଙ୍କୁ ସଦାଭାବି
ନିର୍ବାଣବ୍ରହ୍ମ ଥାଏ ଲଭି ।। ୫ମ ଅଧ୍ୟାୟ ।।

କୈାଣସି ସାଧନା ସାଧନ
ସମତା ନିଶ୍ଚେ ପ୍ରୟୋଜନ ।
ସମତା ଯଦି ନଆସିବ
ନିର୍ବିକାରତ୍ୱ ଅସମ୍ଭବ ।
ଯତ୍ନରେ କରିଲେ ସାଧନା
ନିଶ୍ଚିତ ସିଦ୍ଧି ସମ୍ଭାବନା ।। ୬ଷ୍ଠ ଅଧ୍ୟାୟ ।।

ସକଳ କିଛି ଭଗବାନ
ଏ ତତ୍ତ୍ୱ ବୁଝେ ଯେଉଁ ଜନ ।
ଏ କଥାକୁ ଯେ ସ୍ୱୀକାରିବ
ଶ୍ରେଷ୍ଠ ସାଧକ ବୋଲାଇବ ।
ପ୍ରଭୁଙ୍କଠାରେ ଏ ଜଗତ
ହୋଇ ଜଡିତ ଓତପ୍ରତ ।। ୭ମ ଅଧ୍ୟାୟ ।।

ଅନ୍ତକାଳୀନର ଚିନ୍ତନ
ଆଗାମି ଗତି ଲଭେ ଜନ ।
ସେ ପାଇଁ ସଦା ମନେ ସ୍ମର
ଭଗବାନଙ୍କୁ ଧ୍ୟାନ କର ।
ଅନ୍ତରେ ଭଗବତ୍ ସ୍ମୃତି
ପରମଗତି ହେବ ପ୍ରାପ୍ତି ।। ୮ମ ଅଧ୍ୟାୟ ।।

ସମଗ୍ର ସଂସାର ସ୍ୱରୂପ
ପ୍ରଭୁଙ୍କ ନିରାକାର ରୂପ ।
ସକଳ ବିଜେ ପ୍ରଭୁଠାରେ
ପ୍ରଭୁ ନଥାଏ କାହାଠାରେ ।
ପ୍ରେମେ ଯେ ପ୍ରଭୁ ଜପୁଥାଏ
ତାଙ୍କରି ପାଶେ ପ୍ରଭୁ ଥାଏ ।। ୯ମ ଅଧ୍ୟାୟ ।।

ସଂସାରେ ଯାହାବି ମହତ୍ତ୍ୱ
ବୈଚିତ୍ର୍ୟ ଅବା ବିଶେଷତ୍ୱ ।
ସୈାନ୍ଦର୍ଯ୍ୟ ହେଉ ବା ବିଦ୍ୱତ୍ତା
ଯେତେବି ସବୁ ବଳଦତ୍ତା ।
ହେଉଛି ଯା ଦୃଷ୍ଟିଗୋଚର
ତାହାଁହି ସର୍ବ ପ୍ରଭୁଙ୍କର ।। ୧୦ମ ଅଧ୍ୟାୟ ।।

ସମଗ୍ର ଜଗତର ରୂପ
ଭାବିବ ପ୍ରଭୁଙ୍କ ସ୍ୱରୂପ ।
ଏପରି ମନେ ଭାବକରି
ପ୍ରଭୁଙ୍କୁ ସଦା ଥାଅ ସ୍ମରି ।
ବିଶ୍ୱରୂପ ଯେ ପ୍ରଭୁଙ୍କର
ଦର୍ଶନ ଲଭିବ ଅଚିର ।। ୧୧ଦଶ ଅଧ୍ୟାୟ ।।

ଯେ ଭକ୍ତ ମନ, ଶରୀରକୁ
ବୁଦ୍ଧି ସହିତ ଇନ୍ଦ୍ରିୟକୁ ।
ସର୍ବୋତୋ ଭାବରେ ଅର୍ପିତ
ପ୍ରଭୁଙ୍କ ଚରଣେ ଆଶ୍ରିତ ।
ଭଜେ ପ୍ରଭୁଙ୍କୁ ନିରନ୍ତର
ପ୍ରିୟ ଭକତ ସେ ପ୍ରଭୁର ।। ୧୨ଶ ଅଧ୍ୟାୟ ।।

ସଂସାରେ ଏକମାତ୍ର ତତ୍ତ୍ୱ
ତାହାହିଁ ପରମାତ୍ମା ତତ୍ତ୍ୱ ।
ଯୋଗ୍ୟ ସେ ତତ୍ତ୍ୱ ଜାଣିବାର
ପ୍ରଭୁଙ୍କ ତତ୍ତ୍ୱ ନିରାକାର ।
ବୁଝି ପାରିଲେ ସେହି ତତ୍ତ୍ୱ
ପ୍ରାପ୍ତ ହୋଇବ ଅମରତ୍ୱ ।। ୧୩ଶ ଅଧ୍ୟାୟ ।।

ସତ୍ତ୍ୱ, ରଜ ଓ ତମ ଗୁଣ
ଅତୀତ କର ଦିବ୍ୟ ଜନ ।
ଅନନ୍ୟ ଭକ୍ତିର ବଳରେ
ତ୍ରିଗୁଣ ଅତୀତ ଅଚିରେ ।
କଲେ ଲଭିବ ସଦ୍ଗତି
ସଂସାର ବନ୍ଧନୁ ମୁକତି ।। ୧୪ଶ ଅଧ୍ୟାୟ ।।

ମୂଳ ଆଧାର ସଂସାରର
ଦିବ୍ୟପୁରୁଷ ନିରାକାର ।
ସକଳ ମୂଳେ ଭଗବାନ
ଭାବିକି କରିବ ପୂଜନ ।
ପରମପଦ ଅନ୍ୱେଷଣ
ପରମାତ୍ମାଙ୍କୁ ଲଭେ ଜନ ।। ୧୫ଶ ଅଧ୍ୟାୟ ।।

ଦୁର୍ଗୁଣ ଅବା ଦୁରାଚାର
କଲେ ପ୍ରାପତ ନର୍କ ଦ୍ୱାର ।
ସେପାଇଁ କରହେ ବର୍ଜନ
ଦୁରାଚାର ଓ ଦୁରୁଗୁଣ ।
ମୁକ୍ତି ପାଇବ ଆବର୍ତ୍ତରୁ
ଜନମ ମରଣ ଚକ୍ରରୁ ।। ୧୬ଶ ଅଧ୍ୟାୟ ।।

ଶୁଭକାର୍ଯ୍ୟର ପ୍ରାରମ୍ଭରେ
ପ୍ରଭୁଙ୍କୁ ଭଜୁଥା ଶ୍ରଦ୍ଧାରେ ।
ଯଜ୍ଞ, ନିଷ୍ଠା, ତପ ଓ ଦାନ
ପ୍ରଭୁ ଉଦ୍ଦ୍ୟେଶେ ସମ୍ପାଦନ ।
ତାକୁଇ କୁହନ୍ତି ଯେ ସତ୍
ଅଶ୍ରଦ୍ଧା କର୍ମହିଁ ଅସତ୍ ।। ୧୭ଶ ଅଧ୍ୟାୟ ।।

ସକଳ ଗ୍ରନ୍ଥ ସାର ବେଦ
ବେଦ ସାର ଉପନିଷଦ ।
ଉପନିଷଦ ସାର ଗୀତା
ଗୀତା ସାର ମୁକ୍ତି ଦାତା ।
ସେ ମୁକ୍ତି ଦାତା ଭଗବାନ
ନିଅନ୍ତୁ ତାଙ୍କରି ଶରଣ ।। ୧୮ଶ ଅଧ୍ୟାୟ ।।

Post a Comment

0 Comments