Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କଳଙ୍କ

ବିକେଶ ସାହୁ
ଭୁଷଲାର୍ଡ, ସିନ୍ଧେକେଲା, ଜିଲ୍ଲା- ବଲାଙ୍ଗୀର
ଦୂରଭାଷ – ୭୭୫୨୦୬୬୨୧୭ / ୯୯୩୭୦୫୪୮୯୫

ଦୁନିଆର ରାଜରାସ୍ତାରେ
ମୁଁ ଆଜି କଳଙ୍କିତ
ଯେଉଁ ଆଡେ ଯାଉଛି
ଲୋକ ଦୃଷ୍ଟି ଖାଲି
ମୋରି ଉପରେ
ଫୁସୁର ଫାସର କଥାବାର୍ତ୍ତା ।
ମୋର ଚରିତ୍ର କୁ ନେଇ
ମୋର ବ୍ୟକ୍ତିତ୍ୱ କୁ ନେଇ
ଏ ଦୁନିଆ ଆଗରେ
ସାଜିଛି ମୁଁ ଆଜି
ଏମିତି ଏକ ମଣିଷ
ଯାହାର ନାହିଁ
କିଛି ବି ତ ଅସ୍ତିତ୍ୱ ।
ନା ମୁଁ ପରିବାରର
ନା ଏ ସମାଜର
ନା ହୋଇପାରିଛି
ମୋ ପ୍ରିୟାର
ମୁଁ ତ ନିଜପାଇଁ ବି
ନଜର ନୁହଁ ।
ହୋଇ ଯାଇଛି ସମସ୍ତଙ୍କ ପାଇଁ
ଅଚିହ୍ନା ଓ ଅଜଣା
ନା ଅଛି ଠିକଣା
ନା ଅଛି ମୋର ଲକ୍ଷ୍ୟ ।
ଅଚିହ୍ନା ପଥରେ
ଅଚିହ୍ନା ପଥିକ ଟିଏ
ଚାଲିଛି ରାସ୍ତା ଥିବାଯାଏ
ଏକ ଦିଗନ୍ତରେ
ଜୀବନର ଅନ୍ତ ଯାଏଁ
ପଥର ଶେଷ ଯାଏଁ ।
ଯେଉଁ ଠାରେପଥ ଟିର
ହୋଇଯିବ ଅନ୍ତ
ସେଇ ତ ମୋର ଲକ୍ଷ୍ୟ
ସେଇ ଠାରେ ହିଁ ଖୋଲା ହେବ
ମୋହରି କବର ।
ଜନମାନସରେ ରହିଯିବି
ମୁଁ କଳଙ୍କିତ ମଣିଷର
ରୂପ ଟିକୁ ନେଇ
କାଳ କାଳ କୁ ଏ ଦୁନିଆ ଆଗରେ
ସାଜିଯିବି ଗୋଟେ
ଭିନ୍ନ ଖଳ ନାୟକ ।
କି ଭୁଲ କରିଥିଲି ମୁଁ
ପ୍ରେମ ହିଁ ତ କରିଥିଲି
ପ୍ରେମ କରିବା କଣ ପାପ?
ଜଣ କୁ ହୃଦୟ ଦେବା କଣ
ଥିଲା ଅପରାଧ ?
ଅଛିକି ଏ ଦୁନିଆ ଆଗରେ
ମୋ ପ୍ରଶ୍ନର ଉତ୍ତର
ଯେଉଁଥି ପାଇଁ ଆଜି
ଏ ଦୁନିଆ ଆଗରେ
ମୁଁ ହେଲି କଳଙ୍କିତ ।

Post a Comment

0 Comments