Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିସ୍ତାରଣ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨, ଫୋନ୍ - ୭୯୭୮୧୯୨୨୨୭

ଶ୍ରୀଛନ୍ଦା ପୟରରେ ବନ୍ଧାଇ ନିଅ ବାରେ
ନ କର ଆଉ ବାଟବଣା
ଫନ୍ଦାଇ ମାୟାଫାଶେ କନ୍ଦାଇ କାମବଶେ
ତୁମ୍ଭଙ୍କୁ ଲାଭ ସବୁ ଜଣା ।
ରୁନ୍ଧାଇ ନବ ଦ୍ବାର ଅନ୍ଧାର କର ଦୂର
ପବନ ଷଡ଼ ଚକ୍ରେ ତୋଳି
ବିନ୍ଧାଅ ଉର୍ଦ୍ଧେ ରେତ ବନ୍ଦଇ ଅପ୍ରମିତ
ବିନୟ ଶୁଣ ବନମାଳୀ ।
ଧନ୍ଦା ସକଳ ଛାଡି ବନ୍ଧା ମୁଁ ଗଲି ପଡି
ଶରଣ ତୁମ୍ଭ ପାଦେ ରଖ
ମନ୍ଦର ମେରୁ ପ୍ରାୟ ବନ୍ଧୁର ପଥେ ଲୟ
ପ୍ରାପତେ ଭକ୍ତି ହେବି ମୋକ୍ଷ ।
କୁନ୍ଦନେ କି ନିପୂଣ ବିନ୍ଧାଣେ ଜଗ ମାନ
ମୋହିତ କିବା ନେତ୍ର ମୋର
ଛନ୍ଦ ସପତ ତାନେ ଅନ୍ଧ ମୁଁ ସ୍ବାଭିମାନେ
ଶାଶ୍ବତେ ସଦା ଅଗୋଚର ।
ଚନ୍ଦନେ ଅବଗାହ ବନ୍ଦନେ ମନ ମୋହ
ସଂସାର ପୀଡା ବିସ୍ମରଣ
କନ୍ଦାଇ କିବା ସାର ପିନ୍ଧାଇ ଦିଗମ୍ବର
ମାଧବ କର ନିସ୍ତାରଣ ।

Post a Comment

0 Comments