Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏ କଣ ତୁମ ପରିଚୟ - ସୀମାଞ୍ଚଳ ରଣା

ସିମାଞ୍ଚଳ ରଣା
ଗ୍ରାମ- କୁର୍ତ୍ତମଗଡ଼, ଥାନା- ତୁମୁଡିବନ୍ଧ, ଜିଲ୍ଲା- କନ୍ଧମାଳ

ଭାଇ ନରହରି ଶୁଣ କାନଡେରି
ମ୍ୟାଟ୍ରିକ ପରେ ବି.ଏ.ବି.ଇ.ଡ଼ି କରି,
ଆମ ବିଦ୍ୟାଳୟେ କରିଲ ଶିକ୍ଷକ ଚାକିରୀ ।।
ତୁମେ ଶିକ୍ଷାର ମନ୍ଦିରେ ଦେବତା ବୋଲି
ପିଲାଏ ପୁଜିଲେ ହାତେଧରି ଫୁଲଥାଳି,
ବୁଝିଲି ଦିନେ ତୁମେ ଦେବତା ନୁଁହ ବୋଲି,
ଗୋଟେ ନାରୀ ଦେହ ଲୋଭୀ ବୋଲି ।।
ଟିଉସନ ନାମେ ଶିକ୍ଷାବ୍ୟବସାୟ
ମନେ ଥାଏ ଛାତ୍ରୀ ଅସଦାଚରଣ,
ରାତି ଅଧିଆରେ ଆପଣା ଛାତ୍ରୀକୁ,
ଫୋନରେ କର ପ୍ରେମ ନିବେଦନ ।।
ଘରେ ଥାଇ ତୁମ ସେନେହିଁ ସୁନ୍ଦରୀ
ତଥାପି ମେଣ୍ଟୁନି ଦେହର ଭୋକ,
ଘୃଣାତ ଆସୁଛି ତୁମରି ନାମକୁ
ତୁମେ ସତେ କେଡେ ଅଲାଜୁକ ।।
ବୟସ ହେଲାଣି ପଚାସେରୁ ଛପନ
ତୁମେ ଉଡୁଛ ପ୍ରେମର ବନେ,
ଶିକ୍ଷକ ହୋଇ ଏ କି ମହତ ତୁମର
ସନମାନ ପାଇଁ ଭାଷା ମିଳୁନି ପୁସ୍ତକେ,
ତୁମକୁ ଡ଼ାକିବି ମୁଁ କେଉଁ ନାମେ ।।
କେତେ ଅଅକୀର୍ତି କରୁଛ ତୁମେ
ଆଜି ମୁଁ କହୁଛି ଖୋଲି,
ପିକାଙ୍କ ହାତରେ ଗାଡିଧୁଆ କରି
ବଜାର ପଠାଅ ସଉଦା ଆଣିବ ବୋଲି,
ପାଠ ଟିକେ ପିଲା ପଢିବେ ବୋଲି,
ତୁମ ଗୁହମୁରୁରକୁ ସଫା କରିଥାନ୍ତି
ତୁମେ ଯାଉଥିଲେ ପରା ଚାଲି ।।
ଅବଶ୍ୟ ଏସବୁ ଗୁରୁସେବା ବୋଲି
ଛାତ୍ରଛାତ୍ରୀ ମାନିଯିବେ,
ରାତିଅଧିଆରେ ଛାତ୍ରୀଟିକୁ ପ୍ରେମ ନିବେଦନ
ଏହା ଲେଖାକି ହୋଇଛି କାବ୍ୟରେ,
ତୁମେ ଶିକ୍ଷାର ନୁହେଁ ଦେବତା,
ତୁମେ ନାରୀମାଂସ ଲୋଭୀ ରାକ୍ଷସ ।।
ଫେରି ଆସ ସେଇ ଶିକ୍ଷାର ମନ୍ଦିରୁ
କିଛି ରହିବନି ଅବଶୋଷ,
ତୁମପରି ଲୋକ ରହିଲେ ଆସନେ
ଏଠି ଶିକ୍ଷା ପ୍ରଗତିରେ ଲାଗେ ଅଙ୍କୁଶ ।।
ଶୁଣିଥିଲି ବୋଲି ଲେଖିଦେଲି
ଏବେ କଣ କହୁଛ କୁହ,
ଖରାପ କଥାଏ ଭାବୁଛ ଯଦି
ମୁ ଲେଖାରୁ ଛାଡ଼ିବି ମୋହ ।।

Post a Comment

0 Comments