Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କାଉଚ୍ କାଉଚ୍ କାଉଚ୍

ମହାଗାଲୁଆ ସନୁ
ରାୟଗଡା, ଗୁଣପୁର

ବର୍ଷେ ହେଲାଣି ଶୁଣି ଆସୁଛି କାଉଚ୍,
ଭାଇ କିଏ କହିଦେବ କି'କଣ ୟା ମାନେ,
ଚଳଚ୍ଚିତ୍ରରେ ଝିଅ ମାନେ କୁଆଡେ କାଉଚ୍,
ଏବେ କୁଆଡେ ସବୁ ବନ୍ଧା ହେବେ ଥାନେ ॥

ହୋଇହୋ କୁଣ୍ଢା କୁଣ୍ଢି ହେଲେ ଯଦି କାଉଚ୍,
ଜଗନ୍ନାଥଙ୍କୁ ତା ସମସ୍ତେ କୁଣ୍ଢାନ୍ତି,
ତାକୁ କଣ କହିବ ଭକ୍ତି କାଉଚ୍,
ସେଥି ପାଇଁ ପଣ୍ଡା ବୋବାଳି ପକାନ୍ତି ॥

ଏବେ ସାହିତ୍ୟରେ ପୁଣି କାଉଚ୍,
ବୁଝିଲ ନିଜ ଭିତରେ ଯଦି ଏମିତି,
କଷି କବିୟତ୍ରୀ ସହ କରିବା ସର୍ଚ୍ଚ,
ସାହିତ୍ୟ ପୁରା କୁତ୍ସିତ ହେବ ସେମିତି ॥

Post a Comment

0 Comments