Information

ବିନତି ଥରେ କହିବାକୁ

ବିକେଶ ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ- ୭୭୫୨୦୬୬୨୧୭/୯୯୩୭୧୫୩୧୭୯

ଯେବେ ଦେଖେ ମୁଁ ନୀଳ ଆକାଶର
ପ୍ରଦୀପ୍ତ ତାରକା ରାଶିଙ୍କୁ
ଦେଖେ ଯେବେ ଆକାଶରେ ଉଇଁଥିବା
ପୂର୍ଣ୍ଣିମା ରାତ୍ରିର ରୂପେଲି ଜହ୍ନକୁ ।
ଲଜ୍ଜା ଲାଗେ ମୋତେ
କାହିଁକି ସମର୍ଥ ହୋଇପାରେ ନା ମୁଁ ତାଙ୍କ ପରି
ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବାକୁ ।
ଯେତେଥର ନିରେଖି ଦେଖିଲେବି
କାହିଁକି ରହିଯାଏ ଏ ମନଟା ରେ ପାତରଅନ୍ତରତା
ଗଢି ଉଠେ କାହିଁକି କେଜାଣି ହୃଦୟରେ
ଈର୍ଷା ଅହଂକାରର ପାଚେରୀଟିଏ ।
ଅନେକ ଥର ପଚରାଇଛି ଏଇ ହୃଦୟଟାକୁ
ହେଲେ ପାଇନି କେବେ ତାର ପ୍ରତିଉତ୍ତର ।
କ'ଣ ଏଇଥି ପାଇଁ ଯେ
ମୁଁ ଗୋଟେ ମଣିଷ
ଦେଇ ପାରିବ କି ମୋତେ ଉତ୍ତର ।
ସର୍ବାଗ୍ରେ ଥାଇ ପୁଣି ଅପୂର୍ବ ଶୋଭାର
ତୁମେ ଅଟ ଅଧିକାରୀ
କିନ୍ତୁ ନାହିଁ ତୁମ ଗର୍ବ ଅହଂକାର
ହେଲେ ମୁଁ
ପାର୍ଥିବ ଶରୀରଟାକୁ ନେଇ
କରିବ ସେ କେତେ ଯେ ଗର୍ବ ଅହଂକାର
କାହିଁକି ?
ବିନତି ଥରେ କହିବାକୁ ।

Post a Comment

0 Comments