Information

ଛାଡି ବୃନ୍ଦାବନ

ହରିହର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା ।
ଦୂରଭାଷ - ୯୬୬୮୧୭୩୭୯୮

ଛାଡି ବୃନ୍ଦାବନ ଗୋପୀଙ୍କ ଜୀବନ
ମଥୁରା ପୁରକୁ ଗଲକି
କେଉଁ ଅପରାଧ କଲେ ଗୋପାଳୁଣୀ
ମନ ତାଙ୍କ ଊଣା କଲକି ॥
ଛାଡି ବୃନ୍ଦାବନ...

ଝୁରୁଛନ୍ତି ରାଧା ଝୁରୁଛି ଯମୁନା
ଝୁରୁଛି ସେ କୁଞ୍ଜଲତା
ସଭିଙ୍କ ମନରେ ଦୁଃଖ ଭରିଦେଇ
କି ଯଶ ଗୋବିନ୍ଦ ନେଲ କି ॥
ଛାଡି ବୃନ୍ଦାବନ...

ଗୋପ ଗୋପାଳୁଣୀ ଏକାଠି ହୋଇଲେ
ମନରେ ବିଚାର କରି
ଲବଣୀ ଚୋରକୁ ବାନ୍ଧି ନପାରିଲେ
ଘରୁ ସେ ଗଲା ବାହାରି ॥

ତୁମରି ବିହୁନେ ଗୋପନାରୀ ମାନେ
ହେଲେଣି ତ ଏତେ ସରିକି
କହେ ହରିହର ପ୍ରାଣ ସେ ଛାଡିବେ
ଡେଇଁଣ ଯମୁନା ପାଣିକି ॥
ଛାଡି ବୃନ୍ଦାବନ...

Post a Comment