Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସମ୍ପର୍କ କି ମରିପାରେ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଫୋନ୍ - ୭୯୭୮୧୯୨୨୨୭

ଆକାଶରେ ମେଘ
ଆଉ ଦେଖ ଏ ପୃଥିବୀକୁ
ପିଠି ଦେଖେଇ କେମିତି ପଡି ରହିଛି ,
ଭିଜି ଯିବାକୁ ଦେହ ଶୀତେଇଲା ଯାଏଁ
ରସରେ ଜୁଡୁବୁଡୁ ହୋଇ ହଜେଇ ଦେବାକୁ
ମନ, ପ୍ରାଣ ଓ ଇଚ୍ଛା... ଗୋଟେ ପରେ ଗୋଟେ
ସବୁ କିଛି ତଲ୍ଲୀନ କରିଦେଇ ।
କେବେ ବା ଆଉ ମରନ୍ତା ଭିତରର ତାତିଟା
ବେଶି ଆଉ ଦହଗଞ୍ଜ ନକରି ,
ହେଲେ ସବୁକିଛି ଶାନ୍ତ ହେବା ଆଗରୁ
ଆଉଥରେ ବାଜା ରୋଷଣୀ ଉଠିଲାଣି
ପଟୁଆର ଧରି ଅପସରି ଯିବ ଏ ମେଘ ।
କାହାକୁ ମୁହଁ ଲୁଚେଇ ଆତ୍ମହତ୍ୟା କରିବା ହୁଏନା
ଭାବ ସରିଗଲା ବୋଲି
ସମ୍ପର୍କର ଖିଅ ଛିଡେଇ ଦେଇ ।
ଦେଖୁ ଦେଖୁ ମଞ୍ଜି ଗଜୁରିବ କେଇଦିନରେ
ଆଉ ଋତୁ ଆସିଲେ ଫୁଲ ଫୁଟିବ
ପବନରେ ବାସ୍ନା ବାଣ୍ଟିବାକୁ ପୁଣି ଖୋଜା ପଡିବ
ଏ ମାଟିର ଆକାଶକୁ ପ୍ରିୟେ ପ୍ରିୟେ ବୋଲି ।
କଣ ଭାବୁଚ , ସମ୍ପର୍କ କି ମରିପାରେ ?
ଏବେ ଏବେ ଜଣା ପଡିଯିବ , ଆସ ଦେଖ
କେମିତି ଧସେଇ ଯାଇଛି ଦେଖ
କୂଳ ନଦୀଗର୍ଭକୁ ଫାଳ ଫାଳ ହୋଇ
ସମ୍ପର୍କ ଟା ଟାଣ ହୋଇଗଲା ଯାଏଁ ।
ଅନୁମାନ କରି ନିଅ , କିଛି ମିଛ କହୁନି
କଳ୍ପ କଳ୍ପରୁ ବନ୍ଧାହୋଇ ଥୁଆ ହୋଇଛି..
ଏ ସମ୍ପର୍କର ଖିଅଟା ।

Post a Comment

0 Comments