Information

ତୁମକୁ ଛୁଇଁଲା ପରେ

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା ।
ଦୂରଭାଷ - ୮୦୧୮୬୪୬୭୦୪

ତନୁମନ ମୋର ଓଦା ହୋଇଗଲା
ତୁମକୁ ଛୁଇଁଲା ପରେ
ପ୍ରୀତିର କବିତା ଅନେକ ଲେଖିଲି
ଏ ମିଠା ଅନୁଭୂତିରେ ॥

ମାନସପଟରେ ରହିଗଲ ତୁମେ
ଅଲିଭା ଛବିଟେ ହୋଇ
ହୃଦୟ ପରିଧି ଆତ୍ମଲିପିକୁ
କେବେ ହେବନି ଲିଭେଇ ॥


ତୁମରି ଓଠକୁ ଛୁଇଁଲା ପରଠୁ
କବି ହେଲି ସମାଜରେ
ତନୁ ମନ ମୋର ଓଦା ହୋଇଗଲା
ତୁମକୁ ଛୁଇଁଲା ପରେ ॥

ଯେବେଠୁ ଦେଇଛ ତୁମେ ଗୋ ସଜନୀ
ପ୍ରୀତିର ଶୃଙ୍ଗାର ରସ
ଯେତେ ପାଇଲେବି ଏ ମନ ବୁଝେନି
ରହିଯାଏ ଅବଶୋଷ ॥


କ୍ଳାନ୍ତ ଦେହ ସିନା ସଅଳ ହାରଇ
ମନ କିବା କେବେ ହାରେ
ତନୁ ମନ ମୋର ଓଦା ହୋଇଗଲା
ତୁମକୁ ଛୁଇଁଲା ପରେ ॥

Post a Comment

0 Comments