Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପର୍ବ : ଶ୍ରୀ ଗଣେଶାୟଂ

ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ: ୯୪୩୭୭୪୦୨୮୦

ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ !
ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।"

ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟ ଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଞ୍ଗାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ ଭାବେ ସର୍ବବିଦିତ । ହିନ୍ଦୁ ଧର୍ମରେ ମହାବିନାୟକ ପରି ଆଉ କୌଣସି ଦେବତା ଏତେ ଲୋକପ୍ରିୟ ନୁହନ୍ତି । କାରଣ ଆବାଳ ବୃଦ୍ଧ ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଞ୍ଗାନ ଓ ପ୍ରଞ୍ଗାର ପ୍ରତୀକାତ୍ମକ ବିଗ୍ରହ । ବର୍ଷକରେ ମାତ୍ର ଦୁଇଥର ଛାତ୍ର ଛାତ୍ରୀ, ପଣ୍ତିତ ଓ ବୁଦ୍ଧିଜୀବିମାନେ ହାତ ଯୋଡି ଞ୍ଗାନ ବିଦ୍ୟା ଭିକ୍ଷା କରନ୍ତି, ସେଥିରୁ ଗୋଟିଏ ମାଘମାସ ଶ୍ରୀପଞ୍ଥମୀ ଓ ଅନ୍ୟଟି ଭାଦ୍ର ମାସର ଏହି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ବାଳକ ବାଳିକାମାନଂକ ନୂତନ ବିଦ୍ୟାରମ୍ଭର ପହିଲିବାର, ଓଁ ଶ୍ରୀ ଏହି ପବିତ୍ର ଦିବସରେ ଖଡିଛୁଆଁ କରାଯାଏ । ଉତ୍କଳର ହିନ୍ଦୁ ଗୃହରେ ଅନ୍ନପ୍ରାଶନ, ବିଦ୍ୟାରମ୍ଭ, ଗୃହପ୍ରବେଶ, ଉପନୟନ, ବିବାହାଦି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ସର୍ବପ୍ରଥମେ ଅର୍ଚ୍ଚନା କରାଯାଇ ତା'ପରେ ଶୁଭକାର୍ଯ୍ୟ ଆରମ୍ଭ ହୁଏ । ଶିବ ପାର୍ବତୀ ଗଣେଶଙ୍କର ଜନକ ଜନନୀ ହେଲେ ମଧ୍ୟ ଗଣେଶ ହେଉଛନ୍ତି ଆଦିଦେବ । ତେଣୁ ଶିବ ଓ ପାର୍ବତୀଙ୍କ ବିବାହରେ ପ୍ରଥମେ ଶ୍ରୀଗଣେଶଂକୁ ଆବାହନ କରାଯାଏ । ସେ ସର୍ବ ଦେବତାଙ୍କ ଦ୍ୱାରା ପୂଜିତ, ଅଗ୍ରପୂଜା ଗଣଦାତା ଶୁଭଦ ଓ ବରଦ ଅଟନ୍ତି ମଙ୍ଗଳଦାୟକ ଶ୍ରୀଗଣେଶ । ବ୍ୟାସଦେବଂକ କଥିତ ଶାସ୍ତ୍ରକୁ ଲେଖନୀ ଧରି ଭକ୍ତମାନଂକ ପାଇଁ ଗଣେଶହିଁ ସର୍ବଶାସ୍ତ୍ର ଲେଖିଥିଲେ, କାରଣ ଗଣେଶ କେବଳ ସମର୍ଥ ଥିଲେ ।


ସନ୍ଥ ଞାନେଶ୍ୱର କହନ୍ତି, ଓଁ "ର `ଅ' ରୂପ ଦ୍ୱାରା ଗଣେଶଂକ ପଦ ଯୁଗଳ, 'ଉ' ରୂପ ଦ୍ୱାରା ତାଙ୍କର ବିଶାଳ ଉଦର ଓ 'ମ' ରୂପ ଦ୍ୱାରା ମସ୍ତକ ଅଭିବ୍ୟକ୍ତ । ତେଣୁ ଅ-ଉ-ମ' ଯଥାର୍ଥରେ ଗଣେଶର ପର୍ଯ୍ୟାୟ ବାଚକ, ଏହାର କ୍ଷୁଦ୍ର ଗର୍ଭ ମଧ୍ୟରେ ସମଗ୍ର ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ଚିନ୍ତା ଓ ବିଶ୍ୱାସ ପରିପୂର୍ଣ୍ଣ ହୋଇ ରହିଛି ।


ତାଳପତ୍ରରେ ଲିଖିତ ସମସ୍ତ ପ୍ରାଚୀନ ପାଣ୍ତୁଲିପିରେ ସର୍ବପ୍ରଥମେ ଶ୍ରୀଗଣେଶଂକୁ ନମସ୍କାର (ଶ୍ରୀ ଗଣାଧି ପତୟେ ନମଃ) ପୂର୍ବକ ଆରମ୍ଭ କରାଯାଇଛି । ମାଟିର ଆଦିକବି ସାରଳା ଦାସ ତାଙ୍କ ମହାଭାରତରେ ପ୍ରଥମେ ଶ୍ରୀଗଣେଶଂକ ବନ୍ଦନା କରିଛଂତି । କବି ତାଂକ ବିଶାଳ ଗ୍ରନ୍ଥରେ ଏ ଦୁଃସ୍ଥର ସଂସାରରୁ ପାର ହେବା ପାଇଁ, 2ପାପ,ତାପ ଜର୍ଜ୍ୱରିତ ମାନବ ସମାଜକୁ ମୁକ୍ତି ନିମନ୍ତେ ବନପର୍ବରେ ପ୍ରାର୍ଥନା କରିଛନ୍ତି ;


'ସ୍ୱାମୀ ତବ ଚରଣେ ନାଥ ଡନ୍ମେ ଜନ୍ମେ ସେବା ,
ଇୟେ ସଂସାର ଜିଣିବାକୁ ନାଥ ଅଭୟବର ଦେବା ।"


ଶ୍ରୀଗଣେଶ ତନ୍ତ୍ରର ଦେବତା, ତନ୍ତ୍ର ଗାଣପତ୍ୟରେ ମୂଖ୍ୟ ଦେବତା ଭାବରେ ପୂଜିତ । ବ୍ରହ୍ମା,ବିଷ୍ଣୁ,ମହେଶ୍ୱରଂକ ଆଗରୁ ସେ ବିଦ୍ୟମାନ । ତାଙ୍କୁ ଆରାଧନା ନକରି ବ୍ରହ୍ମା ସୃଷ୍ଟି ପ୍ରକ୍ରିୟାରେ ପ୍ରବୃତ୍ତ ହେବାରୁ ସୃଷ୍ଟି ବିଘ୍ନିତ ହେଲା, ଶେଷରେ ସୂଷ୍ଟି କର୍ତ୍ତା ବ୍ରହ୍ମା ବିଘ୍ନେଶ୍ୱରଂକୁ ଯଥୋଚିତ ବଂଦନା କରି ସୃଷ୍ଟି ସର୍ଜନା କଲେ । ଗଣେଶଂକର କୌଣସି ମୂର୍ତ୍ତୀ ବା ମନ୍ଦିର ନଥାଇ କୌଣସି ସହର ବା ଗ୍ରାମନାହିଁ । ଏହି ପୂଡା ଆମ ଦେଶରେ ପଞ୍ଥମ ଖ୍ରୀଷ୍ଟାଦ୍ଦ ଠାରୁ ପ୍ରଚଳିତ ହୋଇଆସୁଛି । ଋକ୍ ବେଦରେ ଶ୍ରୀଗଣେଶଂକ ନାମ ଉଲ୍ଲେଖ ରହିଛି । କୁଶାନ ରାଜାଙ୍କ ପ୍ରାଚୀନ ମୁଦ୍ରାରେ ଗଣପତିଙ୍କର ଚିତ୍ର ଦେଖିବାକୁ ମିଳେ । ଆଗ୍ରା,ସିଂହଳର ମିହିନତାଲେ ଠାରେ ଶ୍ରୀଗଣେଶଂକ ମୂର୍ତ୍ତୀ ଦେଖିବାକୁ ମିଳେ । ଭୂମେରା ସ୍ଥାପତ୍ୟରେ ଶ୍ରୀଗଣେଶଂକ ମୂର୍ତ୍ତୀ ଖୋଦିତ ହୋଇଥିବା ସଂକେତ ମିଳେ । ତ୍ରିପୁରାର ଉନାକୋଟି ପାହାଡରେ ଗଣେଶଂକର ସର୍ବବୃହତ୍ତମ ମୂର୍ତ୍ତୀ ଦେଖାଯାଏ । କର୍ଣ୍ଣାଟକ,ଆବୁଦୟାର, କୋଏଲ ମଦୁଲାଇର ମିନାକ୍ଷୀ ମଂଦିର ପ୍ରଭୃତି ବହୁ ସ୍ଥାନରେ ଶ୍ରୀଗଣପତିଙ୍କ ମୂର୍ତ୍ତୀ ରହିଛି ।


ଓଡିଶାର ପ୍ରତ୍ୟେକ ଶିବ ମଂଦିରରେ କାନ୍ଥ ବା କଥାମାନଂକରେ ଶିବଂକର ପରିବାର ସଦସ୍ୟ ଜଣେ ଦେବତା ଭାବରେ ଗଣେଶଂକ ମୂର୍ତ୍ତୀ ରଖାଯାଇ ନିତ୍ୟ ପୂଜା କରାଯାଏ । ବିଭିନ୍ନ ମଠ,ମଂଦିର ପାର୍ଶ୍ୱଦେବତା ଭାବେ ସେ ପୂଜା ପାଉଛଂତି । ଘରର ଫାଟକ ଓ ଦରଜା ନିକଟରେ ମଧ୍ୟ ତାଙ୍କୁ ସ୍ଥାପନ କରାଯାଉଛି । ଶ୍ରୀମଂଦିରର କଳ୍ପବଟ ତଳକୁ ଦକ୍ଷିଣ ମୁଖ କରି ଏକ ଗଣେଶ ମଂଦିର ଅଛି । ସ୍ୱଂୟ ବ୍ରହ୍ମା ପ୍ରଥମେ ଏହାଙ୍କ ପୂଜା ଅର୍ଚ୍ଚନା କରି ପରେ ଶ୍ରୀଜଗନ୍ନାଥଂକୁ ଦର୍ଶନ କରିଥିଲେ । ସେଠାରେ ଥିବା ଗଣେଶ ବଟ ଗଣେଶ ଭାବରେ ନାମିତ ହୋଇଛନ୍ତି । ଧଉଳି ଗିରିର ସିଦ୍ଧ ଗଣେଶ ଓ ଲିଙ୍ଗରାଜ ମଂଦିର ବେଢା ମଧ୍ୟରେ ଶ୍ରୀଶ୍ରୀ ବିନାୟକଦେବ ଭାହରେ ପୂଜିତ ହୋଇ ଆସୁଛଂତି । ଓଡିଶାର ଶୈବ୍ ବିଜୟ ନଗରର ଅଧିପତି ସାଲ୍ୱ ନରସିଂହ ଗଣପତିଙ୍କର ଉପାସକ ଥିବା ଡଣାଯାଇଛି । ଗଜପତି ପୁରୁଷୋତ୍ତମଦେବ କାଞ୍ଦି ଅଧିପତି ସାଲ୍ୱନରସିଂହ ଦେବଂକ କନ୍ୟା ପଦ୍ମାବତୀଙ୍କୁ ପାଇବା ପାଇଁ ପ୍ରଥମ ଯୁଦ୍ଧରେ ପରାସ୍ତ ହୋଇଥିଲେ ଓ ଦ୍ୱିତୀୟବାର ଗଣେଶଂକୁ ଆରାଧାନା କରି ବିଜୟଲାଭ କରିବା ଓ ଗଣେଶଂକୁ ସେଠାରୁ ଚୋରାଇ ଆଣିଥିବାର କିମ୍ବଦନ୍ତୀ ରହିଛି, ଏହି କିମ୍ବଦନ୍ତୀ ମାଦଳାପାଞି ଓ ଓଢିଆ ସାହିତ୍ୟରେ ଦେଖିବାକୁ ମିଳେ ।


ଶ୍ରୀଗଣେଶଂକ ଜନ୍ମ ରହସ୍ୟ ; ପାର୍ବତୀ ଅପୁତ୍ରିକ ଦୋଷରୁ ରକ୍ଷା ପାଇବାପାଇଁ ଶିବଂକୁ ପୁତ୍ରପାଇଁ ବର ପ୍ରାର୍ଥନାରେ ଏକା ଜିଦ୍ ରେ ଅଟଳ ରହିଲେ । ମରଣାନ୍ତେ ପିଣ୍ତଦାନ ପାଇଁ ଲୋକମାନେ ପୁତ୍ର କାମନା କରଂତି, କିନ୍ତୁ ଦେବଦେବ ମହାଦେବ ପ୍ରାଣୀମାନଂକ ଦେହରେ ଆତ୍ମା ରୂପେ ବିଦ୍ୟମାନ । ସର୍ବଦେହରେ ଆଧାର, ତାଙ୍କର ପୁତ୍ର ଲାଭର କିଛି ଉପକାର ଓ ଆବଶ୍ୟକ ନାହିଁ କହି ପରିହାସ କରି ପଣତକାନିକୁ ମାଟିପିଣ୍ତୁଳା ପରି ମୋଡି ପୁତ୍ର ନିଅ କହି ପାର୍ବତୀଙ୍କୁ ବଢାଇଦେଲେ । ପାର୍ବତୀ ଅତ୍ୟନ୍ତ କ୍ରୋଧରେ ପିଣ୍ତୁଳାଟିକୁ ଫିଙ୍ଗିଦେବାରୁ, ସେଥିରୁ କୁଆଁ କୁଆଁ ଶଦ୍ଦ କରି ଏକପୁତ୍ର ଜନ୍ମ ହେଲା ଓ ପାର୍ବତୀଙ୍କ ସ୍ତନରୁ କ୍ଷୀରସ୍ରାବ ହେଲା । ପାର୍ବତୀ ପୁତ୍ରକୁ ତୋଳି ଦେଖିଲେ ପୁତ୍ର ଅଳ୍ପାୟୁଷ, ଶିବ ପୁତ୍ରକୁ ଧରନ୍ତେ ତାହା ତଳେ ପଡି ବେନି ଖଣ୍ତ ହେଲା, ମହାଦେବ ଶିବ ପୁନର୍ବାର ହସ୍ତୀ ମୁଣ୍ତ ଯୋଡି ଜୀବନ୍ୟାସ ଦେଲେ । ତେଣୁ ଗଣେଶ ଗଜାନନ ଭାବେ ବିଦିତ । ଏହାର କିମ୍ବଦନ୍ତୀ ମଧ୍ୟ ଅନ୍ୟ ପ୍ରକାର ରହିଛି ।


ଯାହାହେଉ, ଶ୍ରୀଗଣେଶ ସର୍ବ ବିଦିତ । ତାଙ୍କର ମୂର୍ତ୍ତି ଗଠନ ଦ୍ୱିବିଧ ପ୍ରକାର, ଗୋଟିଏ ବଲମପୁରୀ ବିନାୟକ, ଯାହାର ଶୁଣ୍ଡ ଡାହାଣକୁ ବକ୍ର ଥାଏ ଓ ଅନ୍ୟଟି ଉଦାମପୁରୀ ବିନାୟକ, ଯାହାକି ଶୁଣ୍ଡ ବାମକୁ ବକ୍ର ହୋଇଥାଏ । ତାଙ୍କର ରୂପ ବେଶ ବର୍ଣ୍ଣନା କରି ସାରଳା ଦାସ ଉଦ୍ଯୋଗପର୍ବ (ଉଦ୍.ଯୋଗପର୍ବ)ରେ ଲେଖିଛନ୍ତି ;


'ଅରୋ ଯେନୁ ସର୍ବ ଦେବତାଙ୍କ ମେଳେ,
ଭଟେଣ ଅମୃତ ଲଡୁ ଭକ୍ଷିଲୁ କୌତୁହଳେ
ପଶୁ ଯେ ଅଙ୍କୁଶ ତୋର ସୂର୍ଯ୍ୟର କିରଣ
ଗଜମଣି ମୁକୁଟ ତୋ ଲଲାଟ ଭୂଷଣ,
ପୟରେ ନୂପୂର ତୋର ଘାଙ୍ଗୁଡି ରୁଣୁଝୁଣ
ନୃତ୍ୟରସ ଗୀତରେ ମୋହିଲୁ ସୁରଗଣ ।"


ଶ୍ରୀଗଣେଶ ହେଉଛନ୍ତି ଗଣଦେବତା । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କର ପୂଜା କରିଥାନ୍ତି । ହିନ୍ଦୁ ସମାଡର ପୂର୍ଣ୍ଣ ବିଶ୍ୱାସ ଯେ, ତାଙ୍କୁ ରକ୍ତଚନ୍ଦନ ଓ ପୁଷ୍ପରେ ପୂଜା କଲେ ସେ ସର୍ବକାମନା ପୂର୍ଣ୍ଣ କରଂତି । ଜଗତକୁ ପାପ ମୁକ୍ତ କରିବାରେ ତାଙ୍କର କ୍ଷମତା ରହିଛି । ସେହିଁ ଞ୍ଗାନ ବିଦ୍ୟାରେ ଏ ଜଗତକୁ ସୌଭାଗ୍ୟ ମଣ୍ତିତ କରଂତୁ ଓ ସମସ୍ତ ବିପଦକୁ ଖଣ୍ତନ କରଂତୁ । ଆସ ପ୍ରାର୍ଥନା କରିବା :


ଓଁ ଗଣେଶାୟ ବିଦ୍ମହେ ଗଜାନନାୟ ଧିମହୀ
ତନ୍ୱୋଗଣୋଶ ପ୍ରଚୋଦୟାତ୍ ଓଁ ଜୟ ଗଣେଶାୟ ନମଃ ।"

Post a Comment

0 Comments