Information

ତୁମେ ଗଲାପରେ

ସିଦ୍ଧେଶ୍ଵର ତ୍ରିପାଠୀ, ମୁଖ୍ୟ ପରିଚାଳକ - କବିର ଘର
କୁଣ୍ଡିଲୋ, କେରଙ୍ଗ, ଖୋରଧା,
ଦୂରଭାଷ - ୮୦୧୮୬୪୬୭୦୪

ମାଟିରେ ପାଣିରେ ଆଉ ପବନରେ
ତୁମରି ପରଷ ନାହିଁ
ଆକାଶ ଛାତିରେ ଇନ୍ଦ୍ରଧନୁଟାବି
ଫିକା ଫିକା ଲାଗେ କାହିଁ ॥

ଶ୍ରାବଣ ମାସରେ ବରଷା ଝରଇ
ପାରେନାହିଁ ଓଦା କରି
ଭାସିତ ଯାଇଛି ତୁମରି ଡଙ୍ଗା
ଆସିନି ଏଯାଏଁ ଫେରି ॥


ବିରହ ନିଆଁରେ କୁହୁଳୁଛି ମୁଁ ଯେ
ମନଟା ଅବୁଝା ଭାରି
ତଥାପି ପାଗଳ ଏବେବି ଭାବୁଛି
ତୁମେତ ଆସିବ ଫେରି ॥

ତୁମେ ଦେଇଥିବା ଗୋଲାପ କଢିଟି
ମଉଳି ଯାଇଛି ସିନା
ଏବେବି ଜୀବନ ଅଧୁରା ଅଧୁରା
ତୁମବିନା ତୁମବିନା ॥

Post a Comment