Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତଥାପି ପୁଣି ଅପେକ୍ଷା

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଦୂରଭାଷ-୯୦୭୮୧୦୫୨୩୪


ବର୍ଷା ବର୍ଷା କହି ତଣ୍ଟି ଯାଏ ଶୁଖି
ଗଗନେ ଜଳଦ ନାହିଁ
ପାଣି ପାଣି କହି ତୃଷ୍ଣା ଯାଏ ମରି
ପ୍ରାପ୍ତି ଆଶା କିନ୍ତୁ ନାହିଁ  ।୧।


ଅଳ୍ପ ଅଳ୍ପ ଜ୍ଞାତ ନ'ଅଙ୍କ ଦୁର୍ଭିକ୍ଷ
ବେଶ ଜଣାଶୁଣା ଲାଗେ
କିଛି କିଛି ଶୁଣା ଦୁର୍ଭିକ୍ଷ କାହାଣୀ
ଆଖି ଆଗେ ନାଚି ଉଠେ ।୨।


କଳାକୃତେ ଖ୍ୟାତ ପୂରୁବ ଉତ୍କଳ
ବନ୍ୟା ଆଗେ ମଥା ପାତେ
ଶକ୍ତିଶାଳୀ ଆମ କୋଶଳ ପ୍ରଦେଶ
ମରୁଡି ଦେଖିକି ଭିତେ ।୩।


ଚାଷବାସ କଥା ନଭାବିବା ଭଲ
ପିଇବା ପାଣି ଯେ ସ୍ବପ୍ନ
ସବୁଜବନାନୀ ଜ୍ଞାତ ଲାଗେ ନାହିଁ
ସତେ କିବା ଦିବାସ୍ୱପ୍ନ ।୪।


ଆଷାଢ଼ ତ ଗଲା ଶ୍ରାବଣ ସରିଲା
କରିଛୁ ଆମେ ଅପେକ୍ଷା
ଭାଦ୍ରବ ଆସିକି ନୂଆଖାଇ ଉଭା
ତଥାପି ପୁଣି ଅପେକ୍ଷା ! ।୫।

Post a Comment

0 Comments