Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସୁନ୍ଦର ସରସ ଏଇ ମୋ ଭାରତ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ମୁକୁତା ମଣ୍ଡିତ ମୁକୁଟ ପରାଏ
ହିମାଳୟ ଶୃଙ୍ଗ ଯା'ର
ସେଇ ମୋ ଭାରତ ବିଶ୍ୱରେ ଚର୍ଚ୍ଚିତ
ସୁନ୍ଦରେ ସବୁଠୁ ସାର....

ମସ୍ତକୁ ଯାହାର ପୂଣ୍ୟତୋୟା ଗଙ୍ଗା
ଅବିରତ ଯାଏ ବହି
ସବୁଜ ବନାନୀ ଯା'ର ବକ୍ଷ ସ୍ଥଳ
ସେଇ ମୋ ଭାରତ ଭୂଇଁ....

ଯା'ର ମୁକ୍ତାକାଶେ ଲହରେ ତ୍ରିରଙ୍ଗା
ବଖାଣି ଗୌରବ ଗାଥା
ସେଇ ମୋ ଭାରତ ସୁନ୍ଦର ସରସ
ଉଚ୍ଚେ ତାର ସଦା ମଥା.....

Post a Comment

0 Comments