ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରଙ୍ଗି ଆଈର କମାଲ

ରଙ୍ଗି ଆଈର କମାଲ

ମାହାପୁରୁଙ୍କର ସୁନାବେଶ ଦେଖି
ଯାଇଥେଲା ରଙ୍ଗି ଆଈ
ମାଟିଆ ମାମୁଁ ଟା ଗମାତରେ ଟିକେ
ନାଠି ଟା ଦେଲା ନଗେଇ
ମାମୁଁର ଗାଲକୁ ଏଣ୍ଡୁରି ଭଳିଆ
ଦେଇଛି ଏବେ ଫୁଲେଇ
କହିଲ ଭାଇନା ଆଈ ଯାହାକଲା
କେତେଦୂର ଠିକ ଏଇ
ଆଉ କେଉଁ ଷ୍ଟେପ ନେଇଥିଲେ ସିଏ
ବେଟର ଥାଆନ୍ତା ହୋଇ
ଆଇନିକୁ ହାତେ ନେଇ
ଥୋକାଏ ଭାବନ୍ତି କିରଣ ବେଦୀର
ରୋଅଲ ମଡେଲ ସେଇ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

0 Comments