Information

ବରଷା ଝରିଲେ

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା, ଦୁରଭାଷ - ୮୦୧୮୬୪୬୭୦୪

ବରଷା ଝରିଲେ ତୁମେ ଦେଖିଥାଅ
ସୁନ୍ଦରୀ ପ୍ରିୟାର ମୁହଁ
ମୁଁ ତ ଦେଖୁଛି ଭଙ୍ଗା କୁଡିଆରେ
ଗରିବ ଆଖିରେ ଲୁହ ॥

ପ୍ରେମରେ ପ୍ରେମରେ ତୁମେ କହିଥାଅ
ହେ ବରଷା ଯାଅ ଝରି
ନର୍ଦ୍ଦମାର ପାଣି ଘରେ ପଶିଯିବ
ମୁଁ କହେ ଯାଅ ଫେରି ॥


ବରଷା ପାଗରେ ତୁମେ ଖୁସି ହୁଅ
ସାଧବବୋହୁକୁ ଦେଖି
ଭୂମିହୀନଟିଏ ଡରିଯାଏ ଏଠି
ସାପ ଜନ୍ତୁଜୁନ୍ତା ଦେଖି ॥

ବରଷାକୁ ତୁମେ ସ୍ଵାଗତ କରୁଛ
ପ୍ରୀତିର ରାଗିଣୀ ଗାଇ
ମୁଁ ତ ଦେଖୁଛି ବରଷା ସାଥିରେ
ବହୁଥିବା ଦୁଃଖ ନଈ ॥

Post a Comment

0 Comments