Information

ବାଜେ ଝିଅର ଗପ

ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ

ସଭିଏଁ କହନ୍ତି କ୍ଷୀର ପିଉଥିଲେ ବଢଇ ଦେହେ ଶକତି
ପରକୀୟା ପ୍ରୀତି ବେଶ୍ୟାଳୟ ଗଲେ ପଳାଏ ନିଜର ଜାତି ॥



ଜାତିର ଜାଗ୍ରତ ତୁମେ କି ନିହିତ ତେବେ କିଆଁ ଆନମନା
ଆପଣା ସ୍ୱାର୍ଥକୁ ଚରିତାର୍ଥ କର ଭୁଷୁଳେଇ କା ଭାବନା ॥



କାହାକୁ ଦେଉଛ ମାଆର ସମ୍ମାନ କାହାକୁ ଚିର ନମସ୍ୟା
କଥା କଥିତ ଏ ସମାଜେ ତୁହିରେ କାହାକୁ ସଜାଉ ବେଶ୍ୟା ॥



ବେଶ୍ୟାର ବୟସ ଯାତନା ଅବଶୋଷ ସାଜେ ସେ ରାତିର ରାଣୀ
ସମୟ ସୁଏ ତା ଜୀବନ ଯମୁନା ବହି ଚାଲଇ ଉଜାଣି ॥



ବେଶ୍ୟା ବୋଲି ସିଏ ହୁଏ ପରିଚିତା ଘର ବଦନାମ ଗଳି
ଘୃଣିତା ନିନ୍ଦିତା ସେ ଅପମାନିତା ଦୁଃଖ ହୁଏ ଦେହେ ମଳି ॥



ବେଶ୍ୟା ଯଦି ଆଜି ସେ ଦୁନିଆ ଦାଣ୍ଡେ ଏକା ସେ ଦାୟୀ ନୁହଁଇ
ସୂର୍ଯ୍ୟ ଜାଳିଲେ ମାଟିର ସମ୍ଭାବନା ମାଟି ହୁଏ ମରୁଭୂଇଁ ॥



ଅର୍ଥକୁ ଅଜାଡି ଦେଉଛ ଉଜାଡି ବେଶ୍ୟା କହି ବୋଳ ପାପ
ମନେ ପଡିଗଲେ ଅନ୍ଧାର ଅତୀତ କୁହ ବାଜେ ଝିଅ ଗପ ॥

Post a Comment

0 Comments