Information

ମହୀୟସୀ ନାରୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

ନାରୀ ତୁମେ ନାରାୟଣୀ ଜନମ ଦାୟିନୀ
ତୁମରି ଜଠରେ ସୃଷ୍ଟି ତୁମେ ଗୋ ଭବାନୀ ॥
ପ୍ରସ୍ତର ମୂର୍ତ୍ତିରେ ନିଥର ସେ କେଉଁ ଦେବତା
ଚଳ ଚଞ୍ଚଳ ଜୀବନ୍ତ ଦେବୀ ତୁମେ ମାତା ॥
କଥାକୁହା ପ୍ରତିମା ଗୋ ନାରୀ ନାରାୟଣୀ
ଏ ଜୀବନ ଜ୍ୟୋତିଧାରା ତୁମେ ଗୋ ଜନନୀ ॥
ରକତକୁ କ୍ଷୀର କରି ଶିଶୁକୁ ବଞ୍ଚାଇ
ଶକ୍ତିବାନ କରିଥାଉ ବଳ ବପୁ ଦେଇ ॥
ସ୍ନେହର ସାଗର ମାତା ପ୍ରେମ ମଧୁଧାରା
ଜୀବନର ଆକାଶରେ ତୁ ତ ଧ୍ରୁବତାରା ॥
ତୋ ପଣତକାନୀ ତଳେ ଦୁନିଆଁର ଦୁଃଖ
ଭୁଲେ ନର ଲଭେ ସେତ ସରଗର ସୁଖ ॥
ତୋପରି ନହେବେ କେହି ଏ ଦୁନିଆଁ ବୁକୁରେ
ନମଇଁ ସେ ମହୀୟସୀ ନାରୀ ପୟରରେ ॥

Post a Comment

0 Comments