ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରତୀକ୍ଷା - ସଲିଳ କୁମାର ସ୍ଵାଇଁ

ପ୍ରତୀକ୍ଷା - ସଲିଳ କୁମାର ସ୍ଵାଇଁ

ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା

ପ୍ରତୀକ୍ଷା ହଷ୍ଟେଲର ଖାଇବା ଘଣ୍ଟିର
ଷ୍ଟେସନରେ ଭାରତୀୟ ରେଳର
ଇସ୍କୁଲର ବ୍ୟାଗ ଧରା ଛୁଟିର
ଅବା ପ୍ରିୟାର ପ୍ରୀତିଭରା ଚିଠିର...

ପାଆଁଶରେ ଭୋଟ ବିକି
ପାଞ୍ଚ ବରଷକୁ ପ୍ରତୀକ୍ଷା
ରିହାତି ଚାଉଳ ଆହାର ପାଇ
ରିହାତି ଦେଶୀକୁ ପ୍ରତୀକ୍ଷା...

ବାଃ ବାଃ ରେ ସୋସିଆଲ ମିଡିଆ
ଡିଜିଟାଲ ଭାବ ଦିଆନିଆ
ଲାଇକ କମେଣ୍ଟର ପ୍ରତୀକ୍ଷା କରେ
ଝିଅ ନାଁ ଦେଇ ଫେସବୁକ ଖୋଲିଥିବା
ନଖିନାନି ପୁଅ ଗୋପିଆ...

ପ୍ରତୀକ୍ଷା ହୁଅନ୍ତାକି ଆଉଥରେ ସର୍ଜିକାଲ ଷ୍ଟ୍ରାଇକ
ସୁଖବର ସୌଭାଗ୍ୟ ପାଇଁ ଫଅଟକୁ ମାରୁଛି ଲାଇକ
ବୁଝିବା ବୁଝେଇବାର ନିଚ୍ଛକ ପ୍ରୟାସ
ପ୍ରତୀକ୍ଷା ସେବେର ଓ ଏବେର ଏହାହିଁ ନିର୍ଯ୍ୟାସ...

0 Comments